କେନ୍ଦୁଝର ରୁ ଜିଲ୍ଲା ପ୍ରତିନିଧି
ନିରଞ୍ଜନ ପାଣିଙ୍କ ରିପୋର୍ଟ
ପାଟନା: ପାଟନା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ବିଦ୍ୟା ବାଟିକାରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନେ ପ୍ରଥମେ ପୂଜାର୍ଚ୍ଚନା କରିବା ସହ ବାଲ କୃଷ୍ଣଙ୍କ ଜନ୍ମଦିବସ ପାଳନ କରିଥିଲେ। ଏହାପରେ ପାରମ୍ପରିକ ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସମସ୍ତଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରଜନନ୍ଦନୀ ଜେନା, ବୀଣାପାଣି ପାତ୍ର, ନବମୀ ପାତ୍ର, ସୁନୀତା ମହନ୍ତ, ହେମାଲତା ମହନ୍ତ, ପୁଷ୍ପଞ୍ଜଳି, ପ୍ରୀତି ନାୟକ ଓ ସାବିତ୍ରୀ ନାୟକ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରି ପରିଚାଳନା କରିଥିଲେ।



Total Users : 6801