Headlines

ତ୍ରିରଙ୍ଗାର ଗୌରବରେ ଉତ୍ସବମୁଖର ବରଗଡ଼ବିଶାଳ ତ୍ରିରଙ୍ଗା ରାଲିରେ ଯୋଗଦେଲେ ଶତାଧିକ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ ସମୀକ୍ଷା /ନ୍ୟୁଜ ତାରିଖ ( ୧୧/୦୮/୨୬): ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାରେ ଆଜି ଉତ୍ସବମୁଖର ହୋଇଉଠିଥିଲା ବରଗଡ଼ ସହର। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶସ୍ୱରୂପ ଆଜି ସକାଳ ପ୍ରାୟ ୮ଟା ସମୟରେ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଆୟୋଜିତ ଏକ ବିଶାଳ ତିରଙ୍ଗା ରାଲିରେ ୧୫୦୦ରୁ ଉର୍ଦ୍ଧ୍ଵ ଧିକ ଛାତ୍ରଛାତ୍ରୀ, ଏନ୍‌ସିସି, ସ୍କାଉଟ, ଗାଇଡ କ୍ୟାଡେଟ୍‌ ସ୍ୱେଚ୍ଛାସେବୀ ଓ ସାଧାରଣ ଜନତା ଉତ୍ସାହର ସହ ସାମିଲ ହୋଇଥିଲେ।

ମାନ୍ୟବର ବରଗଡ଼ ବିଧାୟକ ଶ୍ରୀ ଅଶ୍ଵିନୀ ଷଡଙ୍ଗୀଙ୍କ ସମେତ ମାନ୍ୟବର ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀ ଅତିଥି ଭାବେ ଉପସ୍ଥିତ ରହି “ତ୍ରିରଙ୍ଗା ଆମ ଦେଶର ଗୌରବ, ସ୍ୱାଧୀନତା ଓ ଜାତୀୟ ଏକତାର ପ୍ରତୀକ। ‘ହର ଘର ତିରଙ୍ଗା’ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଜାତୀୟ ଏକତାର ବାର୍ତ୍ତା ପହଞ୍ଚାଇବା ଆମର ଲକ୍ଷ୍ୟ।

ଏହି ଅଭିଯାନ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବବୋଧ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଜନସହଭାଗିତାମୂଳକ ପଦକ୍ଷେପ। ବରଗଡ଼ସୀଙ୍କ ଏହି ବିପୁଳ ଯୋଗଦାନ ତ୍ରିରଙ୍ଗା ପ୍ରତି ସେମାନଙ୍କର ଗର୍ବ ଓ ଦେଶ ପ୍ରତି ଅତୁଟ ଭଲପାଇବାର ପ୍ରମାଣ । ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମଧୁଛନ୍ଦା ସାହୁ ,ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ବୀର ସୁରେନ୍ଦ୍ର ସାଏ ଛକ ଠାରୁ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଆୟୋଜିତ ଏହି ରାଲିରେ ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ନାରା ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ‘ହର ଘର ତିରଙ୍ଗା’ ଧ୍ୱନିରେ ରାଲି ପଥ ପ୍ରତିଧ୍ୱନିତ ହୋଇଥିଲା।

Leave a Reply

Your email address will not be published. Required fields are marked *