Headlines

ଦୁର୍ଘଟଣାରେ ମୃତ ଦୁଇ ଭାଇଙ୍କ ପରିବାରକୁ ସମବେଦନା ଜଣାଇଲେ ବିଧାୟକ


ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନିୟୁଜ:

ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ର ଦଦରାଘାଟି ପ୍ରକଳ୍ପ ନିକଟ ୧୪୯ ନଂ ଜାତୀୟ ରାଜପଥ ରେ ଗତ ରବିବାର ରାତି ପ୍ରାୟ ସାଢେ ଆଠଟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁବରଣ କରିଥିବା ଦୋମୁହାଣୀ ଗ୍ରାମର ଝରାପାଳ ସାହିର ଜୟଦେବ ସିଂହଙ୍କ ଦୁଇ ପୁଅ ଗଣେଶ୍ୱର(୨୨) ସିଂହ ଓ ରଞ୍ଜନ ସିଂହ(୨୦) ଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଭରା ନାଳ ରେ ପାର ହୋଇ ମୃତକ ପରିବାର ଙ୍କ ଘରେ ରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସହ ପରିବାର କୁ ଆର୍ଥିକ ସହାୟତା ପ୍ରଦାନ ଓ ରେଡକ୍ରସ ପକ୍ଷରୁ ଅନୁଦାନ ପାଇଁ ଉପଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ।

ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ରୁ ଯଥାଶୀଘ୍ର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ। ଗ୍ରାମବାସୀ ରାସ୍ତା ଯୋଗା ଯୋଗର ଅସୁବିଧା ସମ୍ପର୍କରେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ। ଏନେଇ ବିଧାୟକ କହିଥିଲେ ସରକାରଙ୍କ ପକ୍ଷରୁ ବଅଁରପାଳ ପାତ୍ର ସାହି ଛକ ରୁ ଦୋମୁହାଣି ଝରାପାଳ ସାହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ୪୧ ଲକ୍ଷ ୭୩ ହଜାର ଟଙ୍କା ଅନୁଦାନ ରାଶି ମଞ୍ଜୁର ହୋଇସାରିଛି।

Leave a Reply

Your email address will not be published. Required fields are marked *