Headlines

ଧଉଳି:ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ବୁଲିଲେ ଚାରୁକଳା ମହାବିଦ୍ୟାଳୟ

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ପାରମ୍ପରିକଠାରୁ ଆଧୁନିକ ଚିତ୍ର ଓ ଭାସ୍କର୍ଯ୍ୟ ବିଷୟରେ ପଚାରି ବୁଝିଲେ ଛାତ୍ରଛାତ୍ରୀ । ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟର ବିଭିନ୍ନ ବିଭାଗର କଳାକୃତିକୁ ପରିଭ୍ରମଣ କରିଥିଲେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନୋ.- ୫ ର ଛାତ୍ରଛାତ୍ରୀମାନେ।ଏହି ଅବସରରେ ଭାସ୍କର୍ଯ୍ୟ ବିଭାଗରେ ଟେରାକୋଟା,ପଥର ଖୋଦେଇ, ସେରାମିକ୍ସ ଓ ଆଧୁନିକ ଭାସ୍କର୍ଯ୍ୟ ବୁଲି ଦେଖିବସହ ଚିତ୍ରକଳା ବିଭାଗର ସମସାମୟିକ ଚିତ୍ର ତଥା ପାରମ୍ପରିକ ପଟ୍ଟଚିତ୍ର,ଜଳରଙ୍ଗ ଚିତ୍ର ଓ ତୈଳଚିତ୍ର ବୁଲି ଦେଖିବାସହ ସେ ସମ୍ପର୍କରେ ପଚାରି ବୁଝିଥିଲେ।ସେହିପରି ମୁଦ୍ରଣ କଳା ଓ ବ୍ୟବହାରିକ କଳା ବିଭାଗର ଚିତ୍ର ଶୈଳୀକୁ ଛାତ୍ରଛାତ୍ରୀମାନେ ଅବଲୋକନ କରିଥିଲେ।ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପଞ୍ଚାନନ ସାମଲ ଓ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ରାମଶଙ୍କର ସାହୁ ପ୍ରମୁଖ କଳାର ବିଭିନ୍ନ ବିଭାଗ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ।ଶିବ ପ୍ରସାଦ ସାହୁ,ମଧୁସ୍ମିତା ଦାସ,ଶଶାଙ୍କ ଶେଖର ପୂଜାହାରୀ ଓ ଲକ୍ଷ୍ମୀଧର ସ୍ବାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *