ହେମନ୍ତ ନନ୍ଦ/ସାଲେପୁର ରିପୋର୍ଟର /ସମୀକ୍ଷା ନ୍ୟୁଜ :
ସାଲେପୁର/ କଟକ ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି କଟରପଡା ଛକ ରେ ଯୁବକ ଙ୍କ ମୃତ୍ୟୁ କୁ ନେଇ ରାସ୍ତାରୋକ।ପୋଲିସ ପହଂଚି ବୁଝାସୁଝା ପରେ ହଟିଲା ରାସ୍ତାରୋକ।ଘଟଣା ରୁ ପ୍ରକାଶ ନିଶ୍ଚିନ୍ତକୋଇଲି ବ୍ଲକ କଟରପଡା ପଂଚୟତ ସାଙ୍କିଲ ଗାଁ ର ରାହୁଲ ମଳିକ ନିତ୍ୟାନନ୍ଦ ମଳିକ ମାମୁଁ ଘର କେନ୍ଦ୍ରାପଡା ସଲାର କୁ ଯାଇ ରାତ୍ରି ରେ ଘରକୁ ଫେରୁଥିବା ଅବସ୍ଥାରେ ଅଜଣା ଗାଡି ଧକ୍କା ରେ ମୃ..ତ୍ୟୁ ବରଣ କରିଥିଲେ।କେନ୍ଦ୍ରାପଡା ପୋଲିସ ପହଂଚି ଶବକୁ ବେବଛେଦ ପରେ ପରିବାର କୁ ହସ୍ତାନ୍ତର କରିଥିଲା।ପରେ ସ୍ଥାନୀୟ ଲୋକ ମାନେ ଶବକୁ ରାସ୍ତାରେ ରଖି ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା।ଖବର ପାଇ ସଂଗେ ସଂଗେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।



Total Users : 6769