Headlines

ପଦ୍ମପୁର: ୧୦୮ ଆମ୍ବୁଲାନ୍ସ ପାଲଟିଲା ପ୍ରସବ କକ୍ଷ, ଫାର୍ମାସିଷ୍ଟଙ୍କ ସାହସରେ ବଞ୍ଚିଲା ମା’ ଓ ଶିଶୁ

କିରଣ କୁମାର ପାଣିଗ୍ରାହୀ/ ସମୀକ୍ଷା ନ୍ୟୁଜ/ପଦ୍ମପୁର/ରାୟଗଡ଼ା: ମାନବତା ଓ ସେବା ଭାବନାର ଏକ ଅନନ୍ୟ ଉଦାହରଣ ପୁଣିଥରେ ସାମ୍ନାକୁ ଆସିଛି। ରାୟଗଡ଼ା ଜିଲ୍ଲା ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସ ଭିତରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ସୂଚନା ଅନୁସାରେ, ଗୁଡ଼ାରୀ ବ୍ଲକ କଦମା ପଞ୍ଚାୟତ ନିକଟସ୍ଥ ଚାକୁଣ୍ଡା ଗ୍ରାମରୁ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲ ଆଣିବା ସମୟରେ ରାସ୍ତାରେ ହଠାତ୍ ପ୍ରସବ ବେଦନା ବଢ଼ି ଯାଇଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ନିଜ ଅଭିଜ୍ଞତା ଓ ସାହସର ପରିଚୟ ଦେଇ ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ତାଙ୍କର ତତ୍ପରତା ଯୋଗୁଁ ମା’ ଓ ନବଜାତ ଶିଶୁ କନ୍ୟା ଉଭୟ ସୁସ୍ଥ ରହିଛନ୍ତି। ଏହି ଜରୁରୀ ସମୟରେ ୧୦୮ ଟିମ୍‌ର ସେବା ଓ ଦାୟିତ୍ୱବୋଧକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହି ମହତ କାର୍ଯ୍ୟରେ ଆଶା କର୍ମୀ ଜ୍ୟୋତି ମାଝୀ, ରବି ଶବର ଓ ଆମ୍ବୁଲାନ୍ସ ଚାଳକ ଏମ୍. ମାଧବ ସହଯୋଗ କରିଥିଲେ। ଏହି ଘଟଣା ପ୍ରମାଣ କରିଛି ଯେ ସଙ୍କଟ ସମୟରେ ମାନବିକତା ଓ ସେବା ହିଁ ସବୁଠୁ ବଡ଼ ଧର୍ମ।

Leave a Reply

Your email address will not be published. Required fields are marked *