Headlines

ପରଜଙ୍ଗ ନିମ୍ନମାନର ମୂଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମହା ଦୁର୍ନୀତିର ଗନ୍ତାଘର ପାଲଟିଛି। ବିଭିନ୍ନ ପ୍ରକଳ୍ପ ଏହାର ଏକ ଜଳନ୍ତା ଉଦାହରଣ ପୂର୍ତ୍ତ ବିଭାଗ ରାସ୍ତା ମୁକ୍ତାପଶି ଠାରୁ ବଡ କମର ପ୍ରଶସ୍ଥ ଉନ୍ନତି କରଣ ହୋଇଥିବା ରାସ୍ତା ମାତ୍ର ୮ମାସ ନପୁରୁଣୁ ରସ୍ତା ଖାଲ ଖମଣରେ ପରିଣତ ହୋଇଗଲାଣି। ପାଟରପଦା ବଡ଼ଯୋରା ବାଙ୍କ ବିହାରୀ ଆଶ୍ରମ ଛକ ଠାରୁ ୫୦ ମିଟର ଠାରେ ଏକ ହୋମ ପାଇପ ନିର୍ମାଣ ପୋଲ ଭାଙ୍ଗି ଯାଇ ରାସ୍ତା ଦବି ଯାଇଥିବା ଦେଖିବାକୁ ମିଳୁଛି। ସେହିରାସ୍ତା ଦେଇ କଟକ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ମେଡିକାଲ ତହସିଲ ପର୍ଯ୍ୟନ୍ତ ଦୈନନ୍ଦିନ ଶହଶହ ଯାନବାହାନ ଯିବା ଆସିବା କରିଥାନ୍ତି। ନିମ୍ନମାନର କାମସହ କୋଟି କୋଟି ଟଙ୍କା ଅର୍ଥ ହଡପ କରି ବାଟମାରଣା ହୋଇଥିବା ଗନ୍ଧ ବାରି ହେଉଛି ।ରାସ୍ତାର ଉଭୟ ପାର୍ଶ୍ୱରେ ମରମ ବିଛାଇବାର ନିୟମ ଥିବାବେଳେ କିଛି କିଛି ଜାଗାରେ ବିଲ ମାଟି ବିଛାଇଥିବା ହେତୁ ଏହା ବଡବଡ ଗାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଏହି କାରଣ ପାଇଁ ବିଭିନ୍ନ ସମୟରେ ଦୃଘଟଣା ଘଟୁଛି। କିନ୍ତୁ ଏହି ଅଭିଯୋଗ କୁ ବେଖାତାର କରୁଛନ୍ତି ଉଭୟ ଠିକାଦାର ଓ ଅଧିକାରୀ ଠିକାଦାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଭାଗୀୟ ଅଧିକାରୀ ତଦାରଖ ନକରି ବିଲ୍ ପାସ କରୁଛନ୍ତି। ନିୟମ ମୁତାବକ ଯେଉଁ ସମୟରେ ଠିକାଦାର କାର୍ଯ୍ୟ କରିବେ ସେହି ସମୟରେ ବିଭାଗୀୟ ଯନ୍ତ୍ରୀ ସୁପରଭାଇଜର ଉପସ୍ଥିତ ରହିବେ। କିନ୍ତୁ ଏହା ଦେଖିବାକୁ ମିଳୁନଥାଏ। ଠିକାଦାରଙ୍କ ମନମୁଖୀ ପାଇଁ ଆଜି ଏହି ରାସ୍ତାର ଅବସ୍ଥା। ଆଗରୁ ସଠିକ ଯାତାୟତ ଉପଯୋଗୀ ଥିବା ରାସ୍ତା ପୂନର୍ବାର ସରକାରଙ୍କ ତରଫରୁ ନୂତନ ଟେଣ୍ଡର କରି ପ୍ରଶସ୍ଥ କରାଯାଇଛି। ପୁରୁଣା ରାସ୍ତାର ପିଚୁ ମେସିନ ସାହାଯ୍ୟରେ ଉଠାଇ ଉପରେ ଉପରେ ସମାନ୍ୟ କଙ୍କ୍ରିଟି ଡବ୍ଲୁଏମ ବିଛାଇ ତରଭରିଆ ଭାବରେ ପିଚୁ ବିଛା ଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକ ଏବଂ ବୁଦ୍ଧିଜୀବୀଙ୍କ କହିବା ମୋତାବକ ଜିଲ୍ଲାପାଳ ଏବଂ ସରକାର ଏହା ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରନ୍ତୁ।

Leave a Reply

Your email address will not be published. Required fields are marked *