Headlines

ପାଟଣା:ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ତଦାନ ଶିବିର


ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୮/୯,ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀ ଓ ରେଡ ରିବନ କ୍ଲବ ସହଯୋଗରେ ତଥା କେନ୍ଦୁଝର ଜିଲ୍ଲା ରକ୍ତଦାତା ପରିବାର , ରାଜ୍ୟ ରକ୍ତଦାତା ମହାସଂଘ, କେନ୍ଦୁଝର ଜିଲ୍ଲା ଶାଖା ଓ ଏଚଡିଏଫ୍ସି ବ୍ୟାଙ୍କ ଆନ୍ଦପୁରର ପ୍ରୋତ୍ସାହନରେ ଭୀମକୁଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ୭୩ ଜଣ ରକ୍ତଦାତା ରକ୍ତଦାନ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ଯୋଗାଇ ଦେଇ ଅସହାୟ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଚେଷ୍ଟା କରିଛନ୍ତି। ଉକ୍ତ ଶିବିରକୁ ବିଦ୍ୟାଳୟର ଯୁବ ରେଡକ୍ରସ୍ ବାହିନୀର ମାର୍ଗ ଦର୍ଶକ ଅଧ୍ୟାପକ ସନ୍ତୋଷ କୁମାର ସେନାପତି, ସହକର୍ମୀ ସନ୍ଦୀପ କୁମାର ମହାନ୍ତ ପରିଚାଳନା କରିଥଲେ। ଏଥିରେ ପୁରାତନ ଛାତ୍ର ଛାତ୍ରୀ, ଯୁବ ରେଡକ୍ରସ୍ ର ସ୍ବେଚ୍ଛାସେବୀ ତଥା ସ୍ଥାନୀୟ ଅଞ୍ଚଳର ଜନ ସଧାରଣ ସହଯୋଗ କରିବା ସହ ଶିବିରକୁ ସଫଳ କରାଇ ଥିଲେ। ଆଜି ଏକ ବିଶେଷ ମୂହୁର୍ତ୍ତ ତଥା ସନ୍ଦୀପ କୁମାର ମହାନ୍ତଙ୍କ ଜନ୍ମ ଦିନ ଉପଲକ୍ଷେ ସେ ସମସ୍ତ ରକ୍ତଦାତାଙ୍କୁ ଖାଦ୍ୟ ପେୟ ଦେଇ ଆପ୍ୟାୟିତ କରିଥଲେ।

Leave a Reply

Your email address will not be published. Required fields are marked *