Headlines

ପାଟଣା:ସବୁଜବନାନୀ କ୍ଲବର ୧୭ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ନେହା ଏଫ୍‌ସି ହିରାପଶି ଚମ୍ପିୟାନ, ବୋଲବମ୍ ବାଉଁଶୂଳୀ ରନର୍ସଅପ୍

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

କେନ୍ଦୁଝର, ୭/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର ଜମୁନାଳିଆଠାରେ ସବୁଜବନାନୀ କ୍ଲବ ପକ୍ଷରୁ ଆୟୋଜିତ ୧୭ତମ ତ୍ରିଦିବସୀୟ ବାର୍ଷିକ ଫୁଟବଲ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌କୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହୋଇଥିଲା।ଉଦଯାପନୀ ସମାରୋହରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟଅତିଥି ଏବଂ ବିଧାୟକଙ୍କ ପ୍ରତିନିଧି କମଳାକାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।


ଏହି ଅବସରରେ ପୂର୍ବତନ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ, ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଶ୍ୱନାଥ ନାଏକ, ସରପଞ୍ଚ ଲୀନା ନାଏକ, ସମିତିସଭ୍ୟା ସଞ୍ଜୁଲତା ମହାନ୍ତ, ଓଡ଼ିଶା କୁଡୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ୱାର୍ଡମେମ୍ବର ବୀଣାପାଣି ବେହେରା ଏବଂ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ନେହା ଏଫ୍‌ସି ହିରାପଶି ଚମ୍ପିୟାନ ହୋଇଥିଲା।

ଚମ୍ପିୟାନ ଦଳକୁ ୬୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିପରି ବୋଲବମ୍ ବାଉଁଶୂଳୀ ରନର୍ସଅପ୍ ହୋଇ ୪୦ ହଜାର ଟଙ୍କା ଦ୍ୱିତୀୟ ପୁରସ୍କାର ହାସଲ କରିଥିଲା।ଅନ୍ୟପକ୍ଷରେ ପ୍ରଜାପତି ଟିକରପଡ଼ା ତୃତୀୟସ୍ଥାନ ଅଧିକାର କରି ୨୦ ହଜାର ଟଙ୍କା ଏବଂ ଏମ୍‌ବିଏମ୍ ଭୋଳବେଡ଼ା ଚତୁର୍ଥସ୍ଥାନ ହାସଲ କରି ୨୦ ହଜାର ଟଙ୍କା ପୁରସ୍କାର ପାଇଥିଲା। ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ବିଜେତା ଦଳଗୁଡ଼ିକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ।ଖେଳ ପରିଚାଳନାରେ ରେଫରି ବେଣୁଧର ଗାଗରାଇ, ଆନ୍ଧି କାଣ୍ଡୁଲିନା, ବୃନ୍ଦାବନ ମୁଣ୍ଡା ଓ ପ୍ରଦୀପ ମାଝୀଙ୍କ ଭୂମିକା ପ୍ରଶଂସନୀୟ ଥିଲା। ଭାଷ୍ୟକାର ଅରୁଣ କୁମାର ମହାନ୍ତ, ଅନନ୍ତ ମୁଣ୍ଡା, ତ୍ରିନାଥ ବେହେରା ଓ ଟଙ୍କଧର ମହାନ୍ତ ଚିତ୍ତାକର୍ଷକ ଧାରାବିବରଣୀ ଦେଇ ଖେଳର ରୋମାଞ୍ଚକୁ ଆହୁରି ବଢ଼ାଇଥିଲେ।
ଉଦଯାପନୀ କାର୍ଯ୍ୟକ୍ରମକୁ ସବୁଜବନାନୀ କ୍ଲବର ଭୈରବ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। କ୍ଲବ କର୍ମକର୍ତ୍ତା ଅନନ୍ତ ମୁଣ୍ଡା, ପ୍ରମୋଦ ମହାରଣା, ରମେଶ ବେହେରା, ଟୁକୁନା ମୁଣ୍ଡା ଓ ପ୍ରଫୁଲ୍ଲ ବେହେରାଙ୍କ ସକ୍ରିୟ ସହଯୋଗରେ ୧୭ତମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave a Reply

Your email address will not be published. Required fields are marked *