Headlines

ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କ ବିୟୋଗ

ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର/ସମୀକ୍ଷା ନ୍ୟୁଜ/ ୯।୯: ଓଡ଼ିଶା ଶ୍ରମ ବିଭାଗର ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କର ୯୬ ବର୍ଷ ବୟସରେ ବୁଧବାର ସକାଳେ ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗିସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିଲେ।
ପୁରୀ ଶ୍ରୀମୁକୁନ୍ଦପୁରରେ ଜନ୍ମିତ ସ୍ୱର୍ଗତ ତ୍ରିପାଠୀ ଓଡ଼ିଶାରେ ଶ୍ରମ ଆଇନର କାର୍ଯ୍ୟାନ୍ୱୟନ ଏବଂ ଶ୍ରମିକ କଲ୍ୟାଣ କ୍ଷେତ୍ରରେ ଦୀର୍ଘଦିନ ଧରି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଅତ୍ୟନ୍ତ ଧାର୍ମିକ, ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ।
ବୁଧବାର ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଜ୍ୟୋତିର୍ମୟ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ।ଏହି ଅବସରରେ ଭାରତୀୟ ରେଳବାଇ ସେବାରୁ ଅବସରପ୍ରାପ୍ତ ସାନପୁଅ ହୃଷିକେଶ ତ୍ରିପାଠୀ, ବିଶିଷ୍ଟ ସମାଜସେବୀ ଡ. ବଦ୍ରି ମିଶ୍ର, ପୁତୁରା ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ, ଜ୍ୱାଇଁ ତଥା କୃଷି ବିଜ୍ଞାନୀ ଡ. ନିମାଇଁ ଚରଣ ମିଶ୍ର, ଭଣଜା ତଥା ପ୍ରାକ୍ତନ ଶ୍ରମ ଅଧିକାରୀ ନବକିଶୋର ମିଶ୍ର, ଶିକ୍ଷକ ନେତା ଗୋପାଳ ଚନ୍ଦ୍ର ଦାଶ, ରାମଚନ୍ଦ୍ର ଦାଶ, ପୁତୁରା ଅବସରପ୍ରାପ୍ତ ସେନାଧିକାରୀ ହିମାଦ୍ରୀଭୂଷଣ ତ୍ରିପାଠୀ, ଝିଅ ରେଣୁବାଳା ମିଶ୍ର, ତଟିନୀ କର, ବୋହୂ ସଂଜୁ ଚ୍ରିପାଠୀ, ପୁତୁରା ବୋହୁ ଅନୁ ତ୍ରିପାଠୀ, ନାତି ଡ. ସଚିନ ତ୍ରିପାଠୀ, ଆଶୁତୋଷ କରଙ୍କ ସମେତ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ସ୍ୱର୍ଗତ ତ୍ରିପାଠୀଙ୍କ ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମହଲରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *