
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି:
ମୁଣ୍ଡାରୀ ଭାଷା ସମନ୍ୱୟ କମିଟି, କେନ୍ଦ୍ରୀୟ କମିଟିର ନିଷ୍ପତ୍ତି କ୍ରମେ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ଦାବି ନେଇ ପ୍ରତ୍ୟେକ ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏହି କ୍ରମରେ ଆସନ୍ତା ୨୮ ତାରିଖ ବଡ଼ସାହି ବ୍ଲକ ସ୍ତରୀୟ ସମାବେଶ ଆୟୋଜନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ସମାବେଶରେ ଦଶ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହେବ । ଉକ୍ତ ଜନସମାବେଶର ସଫଳତା ପାଇଁ ତୃଣମୂଳ ସ୍ତରରେ ସଚେତନତା ବୈଠକ ମାନ ଆୟୋଜନ କରିବାର ଆବଶ୍ୟକତା ନେଇ ସ୍ଥାନୀୟ କେନ୍ଦୁଆସାହି ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶୁକ୍ରବାର ମୁଣ୍ଡାରୀ ପାହାନ (ପୂଜକ) ବସନ୍ତ କୁମାର ସିଂଙ୍କ ଆବାହକତ୍ବରେ ଶୁକ୍ରବାର ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ବୈଠକରେ ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତି ସିଂ, ସାନକେରକୋ ଗ୍ରାମପଞ୍ଚାୟତ ସରପଞ୍ଚ ସହଦରି ସିଂ, ଛେଳିଆ ସରପଞ୍ଚ ପ୍ରିୟଲତା ସିଂ, ଦେଉଳିଆ ସରପଞ୍ଚ ତୁଳସୀ ସିଂ, ବଡ଼ସାହି ସରପଞ୍ଚ ବୁଧୁରାମ ସିଂ, କୋଚିଳାଖୁଣ୍ଟା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂ, ଖାନୁଆ ଗ୍ରାମପଞ୍ଚାୟତର ସମିତି ସଭ୍ୟ ପଦ୍ମଲୋଚନ ସିଂ, ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର ପର୍ଯ୍ୟବେକ୍ଷକ ଶଶିଧର ସିଂ, ମୁଣ୍ଡାରୀ ଶିକ୍ଷା ପରିଷଦର ସଂପାଦକ ବୁଧିଆ ସିଂ, ପାହାନ ବସନ୍ତ କୁମାର ସିଂ ତଥା ଆଞ୍ଚଳିକ ମୁଣ୍ଡାରୀ ସମାଜ ପ୍ରମୁଖ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କିତ ସଭା କରିଥିବାର ସୂଚନା ମିଳିଛି ।

ଆୟୋଜିତ ବୈଠକରେ ୨୮ ତାରିଖ କେନ୍ଦୁଆ ସାହି ନିକଟରୁ ଏକ ବିଶାଳ ରାଲି ବାହାରି ବଡ଼ସାହି ବ୍ଲକ ପର୍ଯ୍ୟନ୍ତ ଯିବ ଓ ସମ୍ବିଧାନର ଅଷ୍ଟମ ଅନୁଛେଦରେ ମୁଣ୍ଡାରୀ ଭାଷାକୁ ସାମିଲ ନେଇ ଏକ ଦାବିପତ୍ର ପ୍ରଦାନ କରାଯିବା ନିଷ୍ପତ୍ତି ଉକ୍ତ ବୈଠକରେ ନିଆଯାଇଛି । ଶେଷରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ବଡ଼ସାହି ବ୍ଲକ ସମ୍ପାଦିକା ଶାନ୍ତିଲତା ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।



Total Users : 6775