Headlines

ବରପାଲି:ଦୁର୍ଘଟଣା ସ୍ଥଳରେ ମାନବିକତାର ଉଦାହରଣ ଆହତ ଶିଶୁକୁ ଉଦ୍ଧାର କରି ଘରେ ପହଞ୍ଚାଇଲେ ଯୁବ କାଉନସିଲର ଓ ସାଥୀ ମାନେ


ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନିଉଜ :
ବରପାଲି/ ବିଜେପୁର:- ବରପାଲି ରେ ଏକ କାର୍ଯ୍ୟକ୍ରମ ରୁ ଫେରୁଥିବା ସମୟରେ ବିଜେପୁର ନିକଟରେ ଏକ ଦୁର୍ଘଟଣା ଦେଖି ମାନବିକତାର ପରିଚୟ ଦେଇଛନ୍ତି ଯୁବନେତା ତଥା କାଉନସିଲର ଇ. କୁନାଲ୍ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ମାନେ
ସୂଚନାନୁସାରେ ଇ. କୁନାଲ ପାଣିଗ୍ରାହୀଙ୍କ ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ମନଟୁ ପାଣ୍ଡେ, ଜିଲ୍ଲା ସଂଯୋଜକ ଲକ୍ଷ୍ମୀକାନ୍ତ ବରିହା, ଭିକାରୀ ଗଡ଼ତିଆ, ସୁରେଶ ମେହେର ଓ ଅରବିନ୍ଦ ସାହା ଯାଉଥିବାବେଲେ ରାସ୍ତା ପାଶ୍ବରେ ଏକ ଦୁର୍ଘଟଣା ଦେଖିଥିଲେ ତୁରନ୍ତ ଗାଡ଼ି ଅଟକାଇ ସେମାନେ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ


ଦୁର୍ଘଟଣାରେ ଜଣେ ଶିଶୁ ଚାଷ ଜମି ନିକଟରେ ପ୍ରାୟ ୧୦ ଫିଟ୍ ତଳକୁ ପଡ଼ିଯାଇ ଥିବା ଦେଖୀ ସେମାନେ ସବଧାନତାର ସହ ଶିଶୁକୁଟିକୁ ଉଦ୍ଧାର କରି ଉପରକୁ ଆଣିଥିଲେ ପରେ ଶିଶୁର ସ୍ୱାସ୍ଥ୍ୟବସ୍ତା ବୁଝିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏହାପରେ ଶିଶୁ ଓ ପରିବାର କୁ ସୁରକ୍ଷିତ ଭାବେ ଘରକୁ ଫେରିବାରେ ମଧ୍ୟ ସହଯୋଗ କରିଥିଲେ
ଉଦ୍ଧାର କାର୍ଯ୍ୟ ସମୟରେ ଇ. କୁନାଲ ପାଣିଗ୍ରାହୀ ଙ୍କ ହାତରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି ତଥାପି ନିଜ ଆଘାତକୁ ଗୁରୂତ୍ତ୍ପ ନ ଦେଇ ପ୍ରଥମେ ଅସହାୟ ଶିଶୁର ସୁରକ୍ଷା କୁ ପ୍ରାଥମିକତା ଦେଇଥିଲେ ସଙ୍କଟ ସମୟରେ ନିଜ ସୁରକ୍ଷା ଓ ସୁବିଧାକୁ ପଛକୁ ରଖି ଅସହାୟଙ୍କ ପାଇଁ ଆଗକୁ ଆସିବା ହିଁ ପ୍ରକୁତ ମାନବିକତା ବିଜେପୁର ନିକଟରେ ଏହି ଘଟଣାରେ ଇ. କୁନାର ପାଣିଗ୍ରାହୀ ଓ ତାଙ୍କ ସାଥୀମାନେ ଏହି ପଦକ୍ଷେପ ମାନବିକତା ସାହସ ଓ ସମ୍ବେଦନସିଲତାରଏକ ପ୍ରେୟଣଦାୟକ ଉଦାହରଣ ପାଲଟିଛି

Leave a Reply

Your email address will not be published. Required fields are marked *