Headlines

ବରୁଣେଇ ମନ୍ଦିର ନିକଟରେ ବ୍ରାଉନ୍ ସୁଗାର କାରବାରର ପର୍ଦ୍ଦାଫାସ, ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇ ଯୁବକ ଗିରଫ, ଦୁଇ ବାଇକ୍ ଓ ନଗଦ ଟଙ୍କା ଜବତ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା :

ଖୋର୍ଦ୍ଧା ୧୫/୦୯/୨୬ :ନିଶା କାରବାର ଉପରେ ଖୋର୍ଦ୍ଧା ପୁଲିସର କଡ଼ା ନଜର ମଧ୍ୟରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା। ବରୁଣେଇ ମନ୍ଦିର ନିକଟସ୍ଥ ଏକ ପାର୍କରେ ଚଢ଼ାଉ କରି ପୁଲିସ ୬୧ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହ ଦୁଇ ଜଣ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି lଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ମଡେଲ ଥାନା ଅଧୀନ ନ୍ୟୁ ବସ୍‌ଷ୍ଟାଣ୍ଡ ଡମସାହିର ସୁଭମ ସାମନ୍ତରାୟ ଏବଂ ଠେଙ୍ଗାହାଟା ସ୍ବପ୍ନଶ୍ବର ସାହିର ରାକେଶ କୁମାର ବେହେରା।
ପୁଲିସ ସୂଚନା ଅନୁଯାୟୀ,୧୩ ତାରିଖ ଦିନ ବ୍ରାଉନ୍ ସୁଗାର କାରବାର ସମ୍ପର୍କରେ ଏକ ବିଶ୍ବସନୀୟ ସୂଚନା ମିଳିଥିଲା। ଏହାପରେ ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶରେ ଏବଂ

ଏସ୍‌ଡିପିଓ ପଙ୍କଜ କୁମାର ମାଝୀଙ୍କ ତତ୍ତ୍ବାବଧାନରେ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନା ଆଇଆଇସି ବିଶ୍ବଜିତ ରାଉତରାୟ ଟିମ୍ ଗଠନ କରିଥିଲେ।ଏସ୍‌ଆଇ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଟିମ୍ ଉକ୍ତ ପାର୍କରେ ଚଢ଼ାଉ କରି ଦୁଇ ଯୁବକଙ୍କୁ କାବୁ କରିଥିଲା। ତଲାସୀ ବେଳେ ସେମାନଙ୍କ ନିକଟରୁ ୬୧ ଗ୍ରାମ ବ୍ରାଉନ୍ ସୁଗାର ସହ ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ବୁଲେଟ୍ ମୋଟର ସାଇକେଲ୍,ଗୋଟିଏ ବଜାଜ୍ ପ୍ଲାଟିନା ମୋଟରସାଇକେଲ୍‌ ଏବଂ ୫,୧୦୦ ଟଙ୍କା ନଗଦ ଜବତ ହୋଇଛି।ଏନେଇ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଥାନାରେ କେସ୍ ନମ୍ବର ୨୯୨/୧୩.୦୯.୨୦୨୬ ରୁଜୁ ହୋଇଛି। ଏନ୍‌ଡିପିଏସ୍ ଆଇନର ଧାରା ୨୧(ବି)/୨୯ ଅନୁଯାୟୀ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।ଏହି ନିଶା କାରବାର ପଛରେ ଆଉ କେଉଁମାନେ ସମ୍ପୂକ୍ତ ଅଛନ୍ତି, ବ୍ରାଉନ୍ ସୁଗାର କେଉଁଠାରୁ ଆସିଥିଲା ଏବଂ ଏହାର ନେଟୱର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଛି, ସେନେଇ ପୁଲିସ ଖୋଳତାଡ଼ ଚଳାଇଛି l

Leave a Reply

Your email address will not be published. Required fields are marked *