ମହେଶ୍ଵର ଦିଗାଲ/ସବ୍ ଡିଭିଜନାଲ/ ସାମ୍ବାଦିକ/ସମୀକ୍ଷା ନିୟୁଜ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତର ଢାକ ଗାଁ ନିକଟସ୍ଥ ଯାଇଥିବା ଖଡ଼ଗ ନଦୀରେ ଡଙ୍ଗା ବୁଡି ଶଶୁରବୋହୁ ନିଖୋଜ ଅଛନ୍ତି । ସ୍ୱଚନା ଅନୁଯାୟୀ ନଦୀ ଆରପଟେ ଶୁଦ୍ଧକ୍ରିୟାରେ ଯୋଗ ଦେବା ପାଇଁ ଯାଇଥିଲେ।

ଶୁଦ୍ଧ କାମ ସରିବାପରେ ୮ଜଣ ଲୋକ ଢାକା ଗାଁକୁ ଫେରୁଥିଲେ। ଅପରାହ୍ନରେ ଖଡ଼ଗ ନଦୀରେ କାଠ ନିର୍ମିତ ଡଙ୍ଗା ଯୋଗେ ଫେରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଡଙ୍ଗାଟି ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ବୁଡିଯାଇଥିଲା। ଫଳରେ ଡଙ୍ଗାରେ ୬ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଗୁନ୍ଦାନା ମଲ୍ଲିକ ଓ ବୋହୁ ରାଇଙ୍ଗି ମଲ୍ଲିକ ଜଳସ୍ରୋତରେ ଭାସି ଯାଇଥିଲେ। ଘଟଣା ସଂପର୍କରେ ଖବର ପାଇଁ ତ୍ଵରନ୍ତ ବାଲିଗୁଡ଼ା ଅଗ୍ନିସମ ବାହିନୀ ଘଟଣା ସ୍ଥଳକୁ ଯାଇ ଶଶୁରବୋହୁଙ୍କୁ ଖୋଜା ଖୋଜି କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଉଭୟଙ୍କର କୌଣସି ସନ୍ଧାନ ମିଳି ପାରି ନଥିଲା।ଖଡ଼ଙ୍ଗ ନଦୀର ଜଳସ୍ରୋତ ଅଧିକ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାସୃଷ୍ଟି ହେଉଛି ବୋଲି ସୂଚନା ମିଳିଛି ।



Total Users : 3708