
ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:
ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନୁଦାନରେ ଉଚ୍ଚଶିକ୍ଷା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ସହାୟତାରେ ପରଜଙ୍ଗ ମହାବିଦ୍ୟାଳୟ ରେ ବିଜ୍ଞାନ ଗୃହ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଅତିରିକ୍ତ ଶ୍ରେଣୀ ଗୃହ ର ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ରେ ୫ କୋଟି ଟଙ୍କା ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀ ନିବାସ ଓ ଅନ୍ୟାନ୍ୟ ସୁବିଧା ପାଇଁ ୪ କୋଟି ୭୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।ଏହି ଶୁଭ ଅବସରରେ ପରଜଙ୍ଗ ମହାବିଦ୍ୟାଳୟ ର ଅଧ୍ୟକ୍ଷା ସ୍ମିତାରାଣି ସାହୁ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା , ଉପାଧକ୍ଷା ଯଶଶ୍ଵିନି ରାଉତ, ଗ୍ରାମ ଉନ୍ନୟନ ଅଧିକାରୀ ସୌଭାଗ୍ୟ କୁମାର ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିକାରୀ ସ୍ମୃତି ପ୍ରିତମ୍, ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ଭୂତିଆ ଓ ଉର୍ଯା ଟ୍ରଷ୍ଟ ସଭାପତି ଦିପକ କୁମାର ଗୋଛାୟତ, ବିଜେପି ନେତ୍ରୀ ବନଲତା ମହାନ୍ତି ପ୍ରମୁଖ ମଞ୍ଚାଶିନ ହୋଇଥିଲେ।

ଓଡିଆ ବିଭାଗ ଅଧ୍ୟାପକ କୁଳମଣି ମେହେର ମଞ୍ଚ ପରିଚାଳନା କରିଥିଲେ।ମହାବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କାର୍ଯ୍ୟରତ ସହାୟକ, ସହାୟିକା ଏବଂ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।ଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ କୁମାର୍ କୌଶିକ୍ ଧନ୍ୟବାଦ ଅର୍ପଣ କରିଥିଲେ।



Total Users : 6775