Headlines

ବିର୍ସା ଆଥେଲେଟିକ ଆସୋସିଏସନର ନୂତନ ଅଫିସ ଉଦ୍ଘାଟନ ଅବସରରେ ରକ୍ତ ଦାନ ଶିବିର

ସାନନ୍ଦ ମହାପାତ୍ର ସ୍ଵତନ୍ତ୍ର ପ୍ରତିନିଧି ବରଗଡ ସମୀକ୍ଷା ନ୍ୟୁଜ/ତା-୧୪-୦୮-୨୦୨୬ରିଖ (ଶୁକ୍ରବାର): ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ସାର୍ଗିବାହାଲ ଠାରେ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ ବିର୍ସା ଆଥେଲେଟିକ ଆସୋସିଏସନ ର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘଟାନ ଉତ୍ସଵ ଖୂବ୍ ଧୁମ୍ ଧାମ ରେ ଅନୁଷ୍ଠିତ ହୋଇଥିଲା। ବିର୍ସା ଆଥେଲେଟିକ ଆସୋସିଏସନ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ଯୋଗ ଦେଇ ଫିତା କାଟି ଉଭୟ ନୂତନ ଗୃହ ଓ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ସମ୍ବାନୀତ ଅତିଥି ଭାବରେ ବିଜେପି ଯୁବ ନେତା ଶ୍ରୀ ପ୍ରୀତିଶ ବହିଦାର, ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ,ବିର୍ସା ଆଥେଲେଟିକ ଆସୋସିଏସନ ର ସଭାପତି ଆକାଶ ମେହେର , ତେଜରାଜ ସାହୁ ଓ ଅନ୍ୟ ବରେଣ୍ୟ ଅତିଥି ମାନେ ମଞ୍ଚାସିନ ଥିଲେ। ସମସ୍ତ ସଦସ୍ୟ ସଦସ୍ୟା ମାନେ ନିଜେ ରକ୍ତ ଦାନ କରିଥିଲେ। ପଦ୍ମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୨୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ବିର୍ସା ଆଥେଲେଟିକ ଆସୋସିଏସନ ର ସଦସ୍ୟ ସଦସ୍ୟା ଙ୍କୁ ଏକ ସ୍ମୃତି ଫଳକ ଦେଈ ନିଷ୍ଠା ପରିବାର ତରଫ ରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଶିବିର କୁ ବିର୍ସା ଆଥେଲେଟିକ ଆସୋସିଏସନ ସଭାପତି ଆକାଶ ମେହେର,ସମ୍ପାଦକ ବୁଲୁ ମେହେର, କୋଷାଧ୍ୟକ୍ଷ ଗୁରୁ ଦେବ ମେହେର ନିଷ୍ଠା ପରିବାର ର ଲବ ସାହୁ, ଜିତେନ ସାହୁ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *