ଝାରସୁଗୁଡ଼ା/ ସମୀକ୍ଷା ନିୟୁଜ/ ୮ ସେପ୍ଟେମ୍ବର ୨୦୨୬:
ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍ଟେକ୍ ଇନ୍କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ପ୍ରୟୋଗକୁ ତ୍ୱରାନ୍ୱିତ କରିବ। ଝାରସୁଗୁଡ଼ାରେ ଆୟୋଜିତ ବେଦାନ୍ତ ଆଲୁମିନିୟମ୍ର ପ୍ରଯୁକ୍ତି ପ୍ରଦର୍ଶନୀ ‘ମେଟାଲଭର୍ସ’ରେ ଡିପ୍ଟେକ୍ ସମାଧାନ ପ୍ରୟୋଗ ପାଇଁ ଏକାଧିକ ବୁଝାମଣାପତ୍ର (ଏମ୍ଓୟୁ) ଘୋଷଣା କରାଯାଇଛି। ଏହି ଅବସରରେ ଓପନଏଆଇ, ମାଇକ୍ରୋସଫ୍ଟ ଓ ଏସଏପି ଭଳି ଅଗ୍ରଣୀ ପ୍ରଯୁକ୍ତି ସଂସ୍ଥା ସମେତ ଅନେକ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରଦାନକାରୀଙ୍କ ସହ ବେଦାନ୍ତ ଆଲୁମିନିୟମ୍ ଭାଗିଦାରି ଘୋଷଣା କରିଛି। କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲୀକରଣ ଓ ସ୍ୱୟଂଚାଳନ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ୍ର ବିଭିନ୍ନ କାର୍ଯ୍ୟକଳାପରେ ସାମୂହିକ ଭାବେ ୨୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ସୃଷ୍ଟି କରିବା ଏହି ସହଯୋଗିତାର ଲକ୍ଷ୍ୟ ଅଟେ। ବେଦାନ୍ତ ଆଲୁମିନିୟମ୍ର ‘ମେଟାଲଭର୍ସ’ କାର୍ଯ୍ୟକ୍ରମକୁ ବୃହତ୍ ଶିଳ୍ପ କାର୍ଯ୍ୟକଳାପରେ ନୂଆ ପିଢ଼ିର ପ୍ରଯୁକ୍ତି ପ୍ରୟୋଗକୁ ତ୍ୱରାନ୍ୱିତ କରିବା ପାଇଁ ଏକ ରଣନୈତିକ ମଞ୍ଚ ଭାବେ ପରିକଳ୍ପନା କରାଯାଇଛି। ଏଥିରେ ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀ, ଉଦୀୟମାନ ଷ୍ଟାର୍ଟଅପ୍ ଏବଂ ଶୀର୍ଷ ବ୍ୟବସାୟିକ ବିଶେଷଜ୍ଞମାନେ ଏକାଠି ହୋଇଛନ୍ତି।

ଏହି ଭାଗିଦାରି ଅଧୀନରେ ବେଦାନ୍ତ ଆଲୁମିନିୟମ୍ର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ନୂଆ ପିଢ଼ିର ପ୍ରଯୁକ୍ତି ସମାଧାନର ମୂଲ୍ୟାଙ୍କନ, ପରୀକ୍ଷାମୂଳକ ପ୍ରୟୋଗ ଓ ବ୍ୟାପକ ପ୍ରୟୋଗ କରାଯିବ। କାରଖାନାର ଉତ୍ପାଦନକ୍ଷମତା ବୃଦ୍ଧି, ଖର୍ଚ୍ଚ ଅପ୍ଟିମାଇଜେସନ୍, ସମ୍ପତ୍ତିର ନିର୍ଭରଯୋଗ୍ୟତା ବୃଦ୍ଧି ଏବଂ ସ୍ଥାୟୀ ବିକାଶମୂଳକ ପଦକ୍ଷେପ ମାଧ୍ୟମରେ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟିର ସୁଯୋଗ ହାସଲ କରାଯିବ। ବେଦାନ୍ତ ଆଲୁମିନିୟମ୍ ଓ ଭି-ସ୍ପାର୍କର ଏହି ପଦକ୍ଷେପ ଡିପ୍ଟେକ୍ ନବସୃଜନକୁ ବାସ୍ତବ ଶିଳ୍ପ ପ୍ରୟୋଗ ସହ ଯୋଡ଼ିବାର ଏକ ମିଳିତ ପ୍ରୟାସ। ଉଚ୍ଚ ପ୍ରଭାବଶାଳୀ ପ୍ରଯୁକ୍ତି ଚିହ୍ନଟ କରିବା, ବାସ୍ତବ କାର୍ଯ୍ୟ ପରିବେଶରେ ଏହାର ପରୀକ୍ଷା କରିବା ଏବଂ ସଫଳ ପ୍ରଯୁକ୍ତିଗୁଡ଼ିକୁ ଦ୍ରୁତ ଭାବେ ବ୍ୟାପକ ପ୍ରୟୋଗରେ ସାମିଲ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯିବ। ବେଦାନ୍ତ ଆଲୁମିନିୟମ୍ ଖଣି ଉତ୍ତୋଳନଠାରୁ ଆଲୁମିନା ବିଶୋଧନ ଓ ଆଲୁମିନିୟମ୍ ଉତ୍ପାଦନ ପର୍ଯ୍ୟନ୍ତ ଏକ ସମ୍ପୂର୍ଣ୍ଣ ସମନ୍ୱିତ ମୂଲ୍ୟ ଶୃଙ୍ଖଳା ଗଢ଼ିଛି। କମ୍ପାନୀର ବୃହତ୍ ଓ ଅତ୍ୟାଧୁନିକ ଉତ୍ପାଦନ କାରଖାନାଗୁଡ଼ିକୁ ବୃହତ୍ ପରୀକ୍ଷା ଓ ନବସୃଜନର କ୍ଷେତ୍ର ଭାବେ ବ୍ୟବହାର କରି ଭି-ସ୍ପାର୍କ ନୂଆ ପ୍ରଯୁକ୍ତିକୁ ଶିଳ୍ପ ପ୍ରୟୋଗଯୋଗ୍ୟ କରିବା ସହ ଏକ ସୁଦୃଢ଼ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିକ ଉତ୍ପାଦନ ପରିବେଶ ଗଢ଼ିବାକୁ ଲକ୍ଷ୍ୟ ରଖିଛି।



Total Users : 6801