Headlines

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ଯାଞ୍ଚ ଜୋରଦାର, ୮୨୪ ଅଟ୍ଟାଳିକା ମାଲିକଙ୍କୁ ନୋଟିସ୍

ଭୁବନେଶ୍ୱରରେ ଅଗ୍ନି ନିରାପତ୍ତା ନିୟମ ପାଳନ ଯାଞ୍ଚ ପାଇଁ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଏକ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବିଭିନ୍ନ କୋଠାବାଡ଼ିରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହି ବର୍ଷ ୨୦୨୬ରେ ଏପର୍ଯ୍ୟନ୍ତ ୮୨୪ଟି ପ୍ରତିଷ୍ଠାନ ଓ କୋଠାକୁ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅସୁରକ୍ଷିତ ଘୋଷଣା କରାଯାଇ ସମ୍ପୃକ୍ତ ମାଲିକଙ୍କୁ ନୋଟିସ୍ ଜାରି କରାଯାଇଛି।

ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଓଡ଼ିଶା ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଆଶ୍ଚର୍ଯ୍ୟ ଯାଞ୍ଚ ଆରମ୍ଭ ହୋଇଛି। ମଲ୍‌, ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ହସ୍ପିଟାଲ, କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କେତେଦୂର ସୁଦୃଢ଼ ରହିଛି, ସେନେଇ ଯାଞ୍ଚ କରାଯାଉଛି।

Leave a Reply

Your email address will not be published. Required fields are marked *