ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୧୧/୦୯/୨୬
ମାଲକାନଗିରି ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଜନ୍ମଦିବସ ଅବସରରେ ପାଣ୍ଡ୍ରିପାଣି ମଣ୍ଡଳ ପକ୍ଷରୁ ମର୍କାପାଲି ଧାନ ମଣ୍ଡି ଠାରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ମଣ୍ଡଳ ସ୍ଥରୀୟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।

ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦୀ ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ପାଇଁ ଆରମ୍ଭ ଏହି ଦୀର୍ଘ ଯାତ୍ରାକୁ ଦଳ ପକ୍ଷରୁ ସଫଳ କରିବା ପାଇଁ ପ୍ରତ୍ୟେକ ବୁଥ ସ୍ତରରୁ ଲାଭାର୍ଥି ଯଥା ମାଗଣା ଗ୍ୟାସ,ଶୌଚାଳୟ ଓ ମାଗଣା ରାସନ, ଆୟଷ୍ମାନ ଯୋଜନା ପାଇଥିବା ଲାଭାର୍ଥି ଘରେ ଗୋଟିଏ ଗୋଟିଏ ପ୍ରଦୀପ ପ୍ରଜ୍ୟୁଳନ କରି ଏହା ର ଶୁଭାରମ୍ଭ କରିବା ସହ ଭାଜପା ଶାସନରେ ହୋଇଥିବା କାର୍ଯ୍ୟକୁ ନେଇ ଘରେ ଘରେ ସେବା ଓ ଜନ ସମ୍ପର୍କ ସୃଷ୍ଟି କରିବା କୁ ଶ୍ରୀ ମାଡକାମୀ ଆହ୍ୱାନ ଦେଇଥିଲେ । ସେହିପରି ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ମା ଓ ଶିଶୁ ପାଇଁ ହେଉଥିବା ଉତ୍ତମ ଯୋଜନା ଗୁଡ଼ିକ ଦ୍ୱାରା ଶିଶୁ ଓ ମାଆ ଙ୍କ ଶାରୀରିକ ଅଭିବୃଦ୍ଧି ଓ ଶିଶୁଙ୍କ ମାନସିକ ଅଭିବୃଦ୍ଧି ଏକ ଯୁଗାନ୍ତ କରି ପଦକ୍ଷେପ ହୋଇ ରହିଛି ସେ ବାବଦରେ ବର୍ଣନା କରିଥିଲେ ।

ଏଥି ସହ ସେ କାର୍ଯ୍ୟକର୍ତା ଙ୍କୁ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଓ ବିକାଶ ମୂଳକ କାର୍ଯ୍ୟ ରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତିନିଧି ନିହାର ରାୟ, ପୂର୍ବତନ ଉପ ସଭାପତି ଯୋଗିୟା ୱାଙ୍କାଡ଼,ଏସଟି ମୋର୍ଚା ସଭାପତି ସୋମନାଥ ମାଢ଼ୀ ,ଏସଟି ମୋର୍ଚା ମଣ୍ଡଳ ସଭାପତି ମୁଆଁ ମାଡକାମୀ ,ମହାଦେବ ମାଡକାମୀ ,ହଳଧର ୱାଙ୍କାଡ଼,ସନିଆ ମୁଦୁଲି, ତ୍ରିଲୋଚନ ପରିଛା, ଲଖଣ ଖରା ଉପସ୍ଥିତ ରହିଥିଲେ ।



Total Users : 6775