Headlines

ମାଲକାନଗିରି: ୪୪ କେଜି ଗଞ୍ଜେଇ ଜବତ ସହ ୨ ଅଭିଯୁକ୍ତ ଗିରଫ


ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ବେଆଇନ ନିଶାଦ୍ରବ୍ୟ ଚାଲାଣ କୁ ବିରୋଧ କରି କାଲିମେଳା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି NDPS ମାମଲାରେ ମୋଟ ୪୪ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଜବତ ଗଞ୍ଜେଇ ଓ ମୋଟରସାଇକେଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ବୋଲି ଜଣାପଡ଼ିଛି।ପ୍ରଥମ ମାମଲାରେ ଭେଜାଙ୍ଗିୱାଡ଼ା ନିକଟସ୍ଥ କେନାଲ ରୋଡ୍‌ରୁ ବାଦଲିଗୁଡ଼ା ଗ୍ରାମର ଗଙ୍ଗା ମାଢ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି।
ଦ୍ୱିତୀୟ ମାମଲାରେ ଗମ୍ଫାକୋଣ୍ଡା ଛକ ଠାରୁ ବାଦଲିଗୁଡ଼ା ଗ୍ରାମର ରମେଶ ସୋଡ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି।
ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ପଠାଯାଇଛି। ଏହି ଦୁଇଟି ମାମଲା କାଲିମେଳା ଅବକାରୀ ଥାନାର OIC ଶ୍ରୀ ମନୋଜ ପ୍ରଧାନଙ୍କ ନେତୃତ୍ୱରେ ASI ଶ୍ରୀ ସରୋଜ କୁମାର ସାହୁ, କନଷ୍ଟେବଳ ଶ୍ରୀ ପ୍ରବୀଣ ସାହୁ ଓ ଶ୍ରୀ ଆନନ୍ଦ ପ୍ରଧାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି।
ବେଆଇନ ନିଶାଦ୍ରବ୍ୟର ଦଖଲ, ପରିବହନ ଓ ଚାଲାଣ ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଜୋରଦାର ଚଢ଼ାଉ ଓ ନିରନ୍ତର ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ଜାରି ରହିବ କହିଛନ୍ତି।

Leave a Reply

Your email address will not be published. Required fields are marked *