ଯଶୋବନ୍ତ ପରିଡା/କପ୍ତିପଦା ଉପଖଣ୍ଡ/ସମୀକ୍ଷା ନ୍ୟୁଜ:ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜାମବଣୀ ପଞ୍ଚାୟତ ବଡାମପଦା ଠାରୁ ବାଘିଆଗଡି ଯାଇଥିବା ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଗୋଟିଏ ବର୍ଷରେ ୧୨ ଲକ୍ଷ ଟଙ୍କା ଅନୁଦାନ ଆସି ଜୁନ୍ ମାସରେ କାମ ସରିଥିବା ନେଇ ଫଳକ ଲାଗିଥିଲେ ମଧ୍ୟ ବାସ୍ତବରେ ରାସ୍ତାଟି ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇ ରହିଛି।
ଏହି ରାସ୍ତା ଉପରେ ତିନୋଟି ଗାଁର ୩୦୦ ପରିବାର ନିର୍ଭର କରୁଥିବାବେଳେ ଦୁରବସ୍ଥା ଯୋଗୁଁ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯା’ଆସ କରିପାରୁନାହିଁ। ଫଳରେ ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ମୁଖ୍ୟରାସ୍ତାକୁ ଆଣିବାକୁ ପଡୁଛି। ପିଲାମାନେ କାଦୁଅ ମାଡ଼ି ବିଦ୍ୟାଳୟକୁ ଯାଉଥିବାବେଳେ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରୁ ରାତିୋଇ କାମ ସାରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏକ ଶତପ୍ରତିଶତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଭଳି ଦୁର୍ନୀତି ହେଉଥିବା ଅଭିଯୋଗ କରି ତୁରନ୍ତ ରାସ୍ତା ସମତୁଲ ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏ ନେଇ ନୂତନ ବିଡ଼ିଓ ସଲମା ସରେନ ଘଟଣା ବୁଝି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Total Users : 3575