
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି, ୧୩/୯ –
ରାଇରଙ୍ଗପୁର : ମହତାବ ଭବନ, ରାଇରଙ୍ଗପୁର ଠାରେ ରବିବାର ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ଆୟୋଜନରେ ଏକ ସାଧାରଣ ପରିଷଦ ବୈଠକ ଓ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ ହୋଇ ଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନବ ଚରଣ ମାଝୀ, ସାଂସଦ ମୟୂରଭଞ୍ଜ,
ସମ୍ମାନିତ ଅତିଥି ଭାବେ ଉଦଳା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ରାଇରଙ୍ଗପୁର ମ୍ୟୁନ୍ସିପାଲଟି ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, କଳିଙ୍ଗ ଜର୍ଣ୍ଣାଲିଷ୍ଟ ଏସୋସିଏସନର ସଭାପତି ମନୋଜ ଦାସ, ସମ୍ପାଦକ ରାଜକିଶୋର ସ୍ୱାଇଁ, ସଭାପତି ଅରୁଣ କୁମାର ଓତା, ଉପସଭାପତି ସୌରଭ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ଅଗ୍ରୱାଲ, ସମାଜସେବୀ ଇଂ ପ୍ରଶାନ୍ତ ସାହୁ ପ୍ରମୁଖ ମନ୍ଚାସୀନ ରହିଥିବା ସମୟରେ ଜିଲ୍ଲାର ବିଭିନ୍ନ ସମ୍ବାଦପତ୍ରରେ ନିୟୋଜିତ ୪ ଉପଖଣ୍ଡର ସାମ୍ବାଦିକ ସମୂହ ଉପସ୍ଥିତ ଥିଲେ ।

ଉକ୍ତ ବୈଠକରେ ସାମ୍ବାଦିକଙ୍କ ପେନସନ, ସୁରକ୍ଷା ଭଳି ଅନ୍ୟାନ୍ୟ ସମସ୍ୟା ସମ୍ବଳିତ ଏକ ୮ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ଉପସ୍ଥିତ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତଥା ଉକ୍ତ ଦାବିପତ୍ରକୁ ଅତିଥି ସମୂହ ନିଜ ବକ୍ତବ୍ୟ ମାଧ୍ୟମରେ ସମର୍ଥନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକଙ୍କ ଏ ମୌଳିକ ତଥା ନାର୍ୟ୍ଯ ଦାବିଗୁଡିକ ବାବଦରେ ଆଲୋଚନା କରି ଯଥାସମ୍ଭବ କାର୍ଯ୍ୟକାରୀ କରିବାକୁ ଅନୁରୋଧ ରଖିବେ ବୋଲି ଘୋଷଣା କରିଥିଲେ । ବହୁ ପୂର୍ବରୁ ଏହାର ଆବଶ୍ୟକତା ରହିଛି ଏବଂ ସରକାର ସାମ୍ବାଦିକଙ୍କ ଏହି ଦାବି ଗୁଡିକ ପ୍ରତି ଧ୍ୟାନ ଦେବାର ଯଥାର୍ଥତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ରାଇରଙ୍ଗପୁର ପୋଲିସ ଜିଲ୍ଲା ଏସପି ଶ୍ରୀଯୁକ୍ତ ପାତ୍ର ଜିଲ୍ଲାରେ ସାମ୍ବାଦିକ ତଥା ସେମାନଙ୍କ ପରିବାରର ସୁରକ୍ଷାରେ ସହାୟତା କରିବେ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାର ପ୍ରଥମ ପର୍ଯ୍ୟାୟରେ ସୁମଧୁର ଭଜନ ରାଇରଙ୍ଗପୁରର ପ୍ରତିଷ୍ଠିତ କଳାକାର ପଙ୍କଜ ମହାନ୍ତ, ବବିତା କଲିୟାର ଇତ୍ୟାଦିଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ସଭା ପ୍ରାରମ୍ଭରେ ଅତିଥିମାନେ ଠାକୁରଙ୍କ ନିକଟରେ ଦ୍ଵୀପ ପ୍ରଜ୍ଜ୍ୱଳନ ପୂର୍ବକ ବନ୍ଦେ ମାତରମ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପାଠ ହୋଇଥିଲା । ଦିବଂଗତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

କଳିଙ୍ଗ ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ମନୋଜ କୁମାର ଦାସ ସ୍ୱାଗତ ଭାଷଣ ଦେବା ସହ ୮ଦଫା ଦାବିପତ୍ର ପାଠ କରିଥିଲେ । ବିଭିନ୍ନ ସାମ୍ବାଦିକଙ୍କୁ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ତିରିଂ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ସମୟରେ ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ଓ ବହୁ ସାମ୍ବାଦିକ ଏହି ଆୟୋଜନର ସଫଳତା ପାଇଁ ସହଯୋଗ ଓ ସମୟ ଦେଇଥିଲେ । ପ୍ରତାରଣା ଓ ମୌଳିକ ଅଧିକାରର ବଳୟ ମଧ୍ୟରେ ଘାଣ୍ଟି ହେଉଛନ୍ତି ସାମ୍ବାଦିକ ବୋଲି ବିଭିନ୍ନ ମତ ପ୍ରକାଶ ପାଇଥିଲା ।



Total Users : 6776