Headlines

ରାଜନୈତିକ କାର୍ଯ୍ୟକଳାପ ମହଙ୍ଗା ପଡ଼ିଲା ଦୁର୍ଗାପ୍ରସାଦ ଛୁରିଆ ସସ୍ପେଣ୍ଡ

ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି/ ବରଗଡ/ ସମୀକ୍ଷା ନ୍ୟୁଜ୍:
ରାଜନୈତିକ କାର୍ଯ୍ୟକଳାପ ରେ ସାମିଲ ହେବା ଅଭିଯୋଗ ରେ ରାଜ୍ୟ ସମବାୟ ସମିତି ବିଭାଗ ର ଜଣେ ବରିଷ୍ଠ ଅଧିକାରୀ ଦୁର୍ଗାପ୍ରସାଦ ଛୁରିଆ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ରାଜ୍ୟ ସମବାୟ ସମିତି କାର୍ଯ୍ୟାଳୟ ରେ ବରିଷ୍ଠ ସହକାରୀ ନିବନ୍ଧକ ଶ୍ରୀ ଚୁରିଆଙ୍କୁ ସସ୍ପେଣ୍ଡ କରାଯାଇଛି ଦୁର୍ଗାପ୍ରସାଦ ଛୁରିଆ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ସ୍ବାମୀ ତାଙ୍କ ବିରୋଧରେ ରାଜନୈତିକ ଦଳର କାର୍ଯ୍ୟକଳାପରେ ସାମିଲ ହେବା ଏବଂ ସରକାରୀ ଚାକିରିର ନିୟମ ଉଲଘଂନ କରିବାନେଇ ଅଭିଯୋଗ ହୋଇଛି ଏହି ଅଭିଯୋଗ ଭିତ୍ତିରେ ସମବାୟ ସମିତି ନିବନ୍ଧକ ପକ୍ଷରୁ ତାଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି ନିଲମ୍ବନ ସମୟରେ ଦୁର୍ଗାପ୍ରସାଦ ଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଜାରି ରହିବ ଓ ଫଳା ଫଳ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆ ଯିବ ବୋଲି ଜଣା ପଡିଛି ଏହି ଘଟଣାରେ ସରକାରୀ ଚାକିରିରେ ଥିବା ଅଧିକାରୀମାନଙ୍କ ରାଜନୈତିକ କାର୍ଯ୍ୟକଳାପ ରେ ସମ୍ପୃତିକୁ ନେଇ ପୁଣି ଆରମ୍ଭ ହୋଇଛି

Leave a Reply

Your email address will not be published. Required fields are marked *