Headlines

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ାର ପ୍ରତିଯୋଗୀଙ୍କ ସଫଳତା.

ନମିତା ନାୟକ /କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ କେନ୍ଦ୍ରାପଡ଼ା, ତା. ୨୦.୦୭.୨୦୨୬ : କଟକସ୍ଥିତ ଚୌଧୁରୀ ବଜାରର କଳିଙ୍ଗ ଜିମନାସିୟମ୍‌ଠାରେ ଚଳିତ ମାସ ୧୮ ଓ ୧୯ ତାରିଖରେ ଦୁଇଦିନିଆ ୩୨ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧ ଜଣ ବାଳକ ଓ ବାଳିକା ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
୧୪ରୁ ୧୬ ବର୍ଷ ବାଳିକା ବିଭାଗରେ କୁମାରୀ ଅରପନା ମହନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗାୟତ୍ରୀ ସାହୁ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ୧୮ରୁ ୨୧ ବର୍ଷ ବାଳକ ବିଭାଗରେ ଶ୍ରୀକୃଷ୍ଣ ମଣ୍ଡଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅନ୍ୟପକ୍ଷରେ, ୨୧ରୁ ୨୫ ବର୍ଷ ବାଳିକା ବିଭାଗରେ ଶୁଭଶ୍ରୀ ସରିତା ରାଉତ ପ୍ରଥମ ସ୍ଥାନ ହାସଲ କରି ଅତିଥିମାନଙ୍କ ହସ୍ତରୁ ପୁରସ୍କାର ଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତାରେ ମାନସ କୁମାର ଓଝା ଦଳ ପରିଚାଳକ (ମ୍ୟାନେଜର) ଭାବେ ଏବଂ ପୁନମ ସେଠୀ ପ୍ରଶିକ୍ଷକ (କୋଚ୍) ଭାବେ ଯୋଗଦାନ କରିଥିଲେ।
ପ୍ରତିଯୋଗୀମାନଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲାପାଳ ରଘୁରାମ ଆର. ଆୟର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀ ଏବଂ ଜିଲ୍ଲା ଯୋଗାସନ ସଂଘର ସମ୍ପାଦକ ମଧୁସୂଦନ ଦାସ ପ୍ରମୁଖ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *