Headlines

ରେଳରେ ଝୁଲିଛି ମୟୂରଭଞ୍ଜ ମୁକୁଟ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି,

ମୟୂରଭଞ୍ଜ , ୧୫/୯/୨୬ – ଆଉ ସେ ଭିତ୍ତିପ୍ରସ୍ତର ସ୍ଥାପନ, ଶୁଭ ଉଦଘାଟନ, ଲମ୍ବା ଭାଷଣ ଚଳିବନାହିଁ ବୋଲି ଏବେ ଗାଁଗହଳି, ଗଳିକନ୍ଦିରେ ଲୋକ ଆଲୋଚନା କରିବାରେ ବ୍ୟସ୍ତ ଓ ଚେତାବନୀ ଦେବାକୁ ଲାଗିଲେଣି । ଏବେ ଏସବୁର ଦୃଢ଼ ଜବାବ କେମିତି ଦିଆଯିବ ତାହା ଆମକୁ ତୁମେମାନେ ହିଁ ଶିଖେଇ ଦେଲ ବୋଲି ଜବାବ ମଧ୍ୟ ଶୁଣିବାକୁ ମିଳିଲାଣି । ସହଜରେ ଆଉ କାହାକୁ ବିଶ୍ୱାସ କରିବୁନି ସେମାନଙ୍କ ଦୃଢୋକ୍ତି ରହିଛି । ଆମକୁ ମତେଇ, ଭଣ୍ଡେଇ ଆମଠୁ ଲୁଟିବା ପଛରେ ତୁମ ଚାଲ ଏଥର ତୁମକୁ ହିଁ ମହଙ୍ଗା ଆଉ ଭାରି ପଡିବ । ଏମିତିକି ବିଭିନ୍ନ ସ୍ଥାନରେ ନିଜଦଳ ଲୋକ ମଧ୍ୟ ଏଭଳି ଜାଲିଆତି କାର୍ଯ୍ୟକୁ ନାପସନ୍ଦ କରି ଅସନ୍ତୁଷ୍ଟ ରହିବା ସମସ୍ତଙ୍କ ପାଇଁ ମହଙ୍ଗା ପଡିପାରେ ବୋଲି ବୁଦ୍ଧିଜୀବୀ ଓ ଚା’ଖଟି ମାନଙ୍କରେ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାରେ ଲାଗିଛି । ପିସି ଖାଇବା ଲୋକ ଖାଉଛନ୍ତି କିନ୍ତୁ ଲୋକଙ୍କ ପଇସାରେ ଲୋକଙ୍କ କାମରେ ନିମ୍ନସ୍ତର କାମକୁ ମଧ୍ୟ ସବୁଠି ଧ୍ୟାନ ଦେଉଛନ୍ତି ଗରିବ ରୁ ଧନୀ । ଲୋକଙ୍କ ବିକାଶରେ ଆସୁଥିବା ଅର୍ଥକୁ ମୂଳସ୍ତରରୁ ଶେଷ ସ୍ତର ପର୍ଯ୍ୟନ୍ତ ଆଣିବାରେ ପଇସାର ବାଟମାରଣା ନୀତିକୁ ଏବେ ଲୋକଙ୍କୁ ବୁଝିବାରେ ବାକିନାହିଁ । ଏଣୁ ଆଗାମୀ କିଛି ମାସ ପରେ ହେବାକୁ ଯାଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ଏଭଳି ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାର ସର୍ଭେ କାର୍ଯ୍ୟ ନେଇ ଚଳିତ ମାସରୁ ଘରକୁ ଘର ଭୋଟର ସର୍ଭେ ନେଇ ମଧ୍ୟ ସୂଚନା ରହିଛି ।

ତେବେ ମୟୂରଭଞ୍ଜ ପାଇଁ ନୂତନ ରେଲଲାଇନକୁ ନେଇ ଜିଲ୍ଲାବାସୀଙ୍କ ନଜର ସବୁ ଦଳ ଉପରେ ରହିଛି । ଏକ ଦରିଦ୍ର, ଅବହେଳିତ ଏହି ଜିଲ୍ଲାରେ ରେଳଗାଡି ଓ ପର୍ଯ୍ୟଟନ ଭଳି ଦିଗରେ ବିକାଶ ନେଇ ସବୁବେଳେ ବିଭିନ୍ନ କ୍ଷେତ୍ର ଓ ସଂଗଠନ ମାନଙ୍କରୁ ଦାବି ରହିଆସିଛି । ପୁଣି ମୟୂରଭଞ୍ଜ ମହାମହିମ ରାଷ୍ଟ୍ରପତିଙ୍କ ନିଜସ୍ଵ ଜିଲ୍ଲା ହୋଇଥିବାରୁ ଏଭଳି ସ୍ବପ୍ନର ପୂର୍ଣାଙ୍ଗ ନେଇ ଜିଲ୍ଲାବାସୀ ସ୍ବପ୍ନ ଦେଖି ଚାଲିଛନ୍ତି । ହେଲେ ତାଙ୍କ ଅବସରକୁ ଆଉ କେତେଟା ଦିନ ବାକି ନେଇ ଏବେ ବିକଶିତ ମୟୂରଭଞ୍ଜିଆଙ୍କ ଏ ସ୍ୱପ୍ନକୁ କିଏ ସାକାର ରୂପ ଦେବ ତା ନେଇ ଜିଲ୍ଲାବାସୀ ଚିନ୍ତିତ । ଅବଶ୍ୟ ଏସବୁ ଦିଗରେ ପ୍ରୟାସ ଜାରି ରହିଛି ମାତ୍ର ଏହା ପୁଣି ନିର୍ବାଚନୀ ଚାଲ ନୁହେଁ ତ ବୋଲି ଜିଲ୍ଲାବାସୀଙ୍କ ଆଲୋଚନାରୁ ଜଣାପଡେ ।

ଏକ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ ଜିଲ୍ଲାରେ ବହୁ ଦିନ ମଜୁରିଆ ବାସ କରନ୍ତି । ପ୍ରତ୍ୟେକ ଦିନ ତାଙ୍କ ମଜୁରୀରେ ସିଏ ତାଙ୍କ ପରିବାର ଚଳେଇଥାନ୍ତି । ଏଥିପାଇଁ ତାଙ୍କୁ କାର୍ଯ୍ୟ ଅନ୍ୱେଷଣରେ ଏପଟ ସେପଟ ଯିବାକୁ ପଡିଥାଏ । ଏଣୁ କମ ଭଡାଖର୍ଚ୍ଚରେ ସେମାନଙ୍କ ଭିଡ଼ ରେଳଗାଡିରୁ ହିଁ ଜାଣିହୁଏ । ମାତ୍ର ରେଳଗାଡି ସୁବିଧା ସମସ୍ତ ସ୍ଥାନରେ ନଥିବାରୁ ଏବେର ନୂତନ ରେଳପ୍ରକଳ୍ପ ଯୋଜନାକୁ ସେମାନେ ଜଗି ରହିଛନ୍ତି । ଗମନାଗମନ କ୍ଷେତ୍ରରେ ସମସ୍ତଙ୍କ ରୋଜଗାରକୁ ପ୍ରାଥମିକତା ଦେଇ ଖୁବଶୀଘ୍ର ନୂତନ ରେଲଲାଇନ ବିଛାଇବା ନେଇ ଏବେ ରେଲଗାଡି ଭିତରୁ ଏମାନେ ତାଙ୍କ ଅନ୍ୟ ସାଥୀଙ୍କ ଚିନ୍ତାରେ ଆଲୋଚନା କରିଚାଲିଛନ୍ତି । ବିଗତ ଦୁଇମାସ ମଧ୍ୟରେ ନୂତନ ରେଳପଥ ନେଇ ବିଭିନ୍ନ ଦଳର ତତ୍ପରତା ନେଇ ସେମାନଙ୍କ ପ୍ରଶଂସା ଗାଉଥିବା ବେଳେ କୋଉ ଦଳ ଏ ଦିଗରେ ଲଗାତର ଚେଷ୍ଟା କରି କାମକୁ ଆଗକୁ ନେଇ ଶେଷ ପର୍ଯ୍ୟନ୍ତ ଲାଗିରହୁଛି ତାକୁ ସେମାନେ ଏବେରୁ ଧ୍ୟାନ ଦେବାକୁ ଲାଗିଲେଣି । ଆମ ସମୀକ୍ଷା ଖବରକାଗଜରେ ନୂତନ ରେଳପଥ ଓ ଅନ୍ୟାନ୍ୟ ଦାବି ନେଇ ଅଳ୍ପଦିନ ପୂର୍ବରୁ ଖବର ମଧ୍ୟ ପ୍ରକାଶ ପାଇଛି, ଯାହା ଏ ସମ୍ପର୍କିତ ଖବରକୁ ସ୍ପଷ୍ଟ କରିବାକୁ ଯଥେଷ୍ଟ । ପୁଣି ଏବେ ରେଳ ବିଭାଗ ତରଫରୁ ଚାଲିଥିବା ସର୍ଭେ ପାଇଁ ସେମାନଙ୍କୁ ଖେଞ୍ଚି ନଚାଲିଲେ ପୁଣିଥରେ ଏ ପ୍ରକଳ୍ପ ଗୁଡିକ ଶୋଇ ନପଡିବ ଭଳି ସମ୍ଭାବନାକୁ ସେମାନେ ଏଡାଇ ଯିବାକୁ ପ୍ରସ୍ତୁତ ନଥିବା ଭଳି ଜଣାପଡ଼ିଛି । ଏଣୁ ରାଷ୍ଟ୍ରପତିଙ୍କ ଅବସର ଓ ଆଗାମୀ ନିର୍ବାଚନ ସମୟ ଭିତରେ ବିଭିନ୍ନ ଦଳର ଜିଲ୍ଲାପ୍ରୀତି ନେଇ ତଥା ପ୍ରମୁଖ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ହୀରୋ ମୁକୁଟ କିଏ ପିନ୍ଧୁଚି ତାହା ଦେଖିବାକୁ ବାକି ରହିଛି । ମୁଖ୍ୟତଃ ରେଳ ସମସ୍ୟା ସମାଧାନ ତଥା ଜିଲ୍ଲା ବିକାଶ ଦିଗରେ ଯାହାର ଭୂମିକା ଓ ପ୍ରଚେଷ୍ଟା ଅଧିକ ରହିବ ତାକୁ ଜିଲ୍ଲାବ୍ୟାପୀ ଜଗିଥିବା ନେଇ ବିଭିନ୍ନ ଆଲୋଚନାରୁ ସ୍ପଷ୍ଟ ଜାଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *