Headlines

ଲଗାଣ ବର୍ଷା ରେ ବେହାଲ ବାଲିଗୁଡା

ବରିଷ୍ଠ ସାମ୍ବାଦିକ ମହେଶ୍ୱର ଡିଗାଲ/ ବାଲିଗୁଡା/ ସମୀକ୍ଷା ନିୟୁଜ/ (୬/୭): ପ୍ରବଳ ବର୍ଷା ରେ କଦଳୀ ବନ୍ଧ ରୁ ରାସ୍ତା ଆର ପାରିକୁ ଭସେଇ ନେଲା ବିଜୁ ବୋଟିଙ୍ଗ ପୋଏଣ୍ଟ ର ଦୁଇଟି ବୋଟ l ଏଥିସହ ଭୁଶୁଡିଲା କଦଳୀ ବନ୍ଧ ର ୱାଲ l ବାଲିଗୁଡା ରୁ ବୁଡ଼ାଗୁଡା ରାସ୍ତାରେ ଥିବା କଦଳୀ ବନ୍ଧ ରେ ଉପର ମୁଣ୍ଡ ରୁ ବର୍ଷା ଜଳ ଅତ୍ୟଧିକ ପ୍ରବାହ ହୋଇଥିଲା l ଯାହା ଫଳ ରେ ଦୁଇ ଟି ବୋଟ କୁ ରାସ୍ତା ଆର ପାରିକୁ ଭସେଇ ନେବା ସହ ୱାଲ ଭାଙ୍ଗିଥିବା ଦେଖିବାକୁ ମିଳିଛି l ତେବେ ଏନଏସି କର୍ମଚାରୀ ମୁଖ୍ୟ ରାସ୍ତା ରୁ ବୋଟ କୁ ହଟାଇଛନ୍ତି l ଗତକାଲି ଠାରୁ କନ୍ଧମାଳ ଜିଲ୍ଲା ରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାତିରେ ମୁଷଳ ଧାରା ରେ ବର୍ଷା ହୋଇଛି | ବିଭିନ୍ନ ସ୍ଥାନ ରେ ବର୍ଷା ଯୋଗୁଁ କ୍ଷୟ କ୍ଷତି ହୋଇ ଥିବା ଜଣା ପଡିଛି | ବଡ ବଡ ଗଛ ପଡିବା ସହିତ କିଛି ସ୍ଥାନ ରେ ରାସ୍ତା ଅବରୋଧ ହୋଇ ଥିଲା |ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଗଛ ଗୁଡିକ କାଟି ରାସ୍ତା ସଫା କରି ଥିଲା |

Leave a Reply

Your email address will not be published. Required fields are marked *