ସାନନ୍ଦ ମହାପାତ୍ର/ ସମୀକ୍ଷା ନିଉଜ/ ବରଗଡ଼:
ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ପଞ୍ଚାୟତ ଆନ୍ଧ୍ର କେମ୍ପ ଛକଠାରେ ଖଣ୍ଡହତା ପଞ୍ଚାୟତ ଓ ଗାଇସୀମା ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ପ୍ରବଳ ବର୍ଷା ସତ୍ତ୍ବେ ଅଞ୍ଚଳରେ ସମ୍ପୂର୍ଣ ମଦ ବନ୍ଦ ପାଇଁ ଏକ ଜରୁରୀ ବୈଠକ ରେ ସାମିଲ ହୋଇଥିଲେ ବର୍ତ୍ତମାନ କେବଳ ନିଶା ପାଇଁ ଯୁବ ଗୋଷ୍ଟି ତଥା ଛାତ୍ର ସମାଜ ସମ୍ପୂର୍ଣ ପଥ ଭଷ୍ଟା ଅଞ୍ଚ୍ଚଲରେ ଅବାଧରେ ଦିନ ଦ୍ବିପହରରେ ଗଞ୍ଜେଇ,କୋରେକସ୍କ,ମଦ ଏପରିକି ବ୍ରାଉନ ସୁଗର ଭଳି ନିଶା ଦ୍ରବ୍ୟ ଖୋଲା ଖୋଲି ଭାବରେ ବିକ୍ରି ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୂପବସିଛି ନିଶା ପାଇଁ ଅଞ୍ଚଳରେ ଚୋରି, ଡକାୟତ୍ ବଢ଼ିବାରେ ଲାଗିଛି ସେହିଭଳି ପୁରୁଷ ମାନେ ନିଶାଗ୍ରସ୍ତ ହୋଇ ନିଜ ପରିବାର ଅଶାନ୍ତି ବୃଦ୍ଧିର କାରଣ ସାଜୁ ଥିବାରୁ ଅଞ୍ଚଳ କୁ ସଂପୂଣ୍ଣ ଭାବେ ନିଶା ବନ୍ଦ କରିବା ପାଇଁ ମହିଳା ମାନେ ଅଣ୍ଟା ଭିଡିଛନ୍ତି ଏ ନେଇ ଆଜି ଅନୁଷ୍ଠିତ କାର୍ଯକ୍ରମ ରେ ଖଣ୍ଡାହତା ଗ୍ରାମପଞ୍ଚାୟତ ସରପଂଚ ଚିତ୍ରସେନ ସାହୁ , ଗାଇସିମା ଗ୍ରାମପଞ୍ଚାୟତ ର ସରପଂଚ ଧିରନ୍ ମହାପାତ୍ର, ଧାଙ୍ଗଗେର ସରପଂଚ ଋତୁରାଜ ବାଗ ନିଷ୍ଠା ପରିବାର ର ସଭାପତି ଅଶ୍ଵିନୀ ତ୍ରିପାଠୀ ଯୋଗ ଦେଇ ନିଶା ନିବାରଣ ପାଇଁ ସଂପୂର୍ଣ୍ଣ ସହଯୋଗରେ ହାତ ବଢାଇଲେ ପରେ ସମେତ ଅଞ୍ଚଳ ବାସି ଅଞ୍ଚଳ କୁ ସଂପୂଣ୍ଣ। ମଦ ବନ୍ଦ ପାଇଁ ବରଗଡ ଜିଲ୍ଲାପାଲ,ଏସପି ଓ ଆଇ ଆଇ ସି ସଦର ଥାନା ବରଗଡ ଙ୍କ ଉଦ୍ଧେଶ୍ୟରେ ଏକତ୍ରିତା ସ୍ମାରକ ପତ୍ର ପ୍ରଦାନ କରିଥିଲେ ଯାହାକୁ ଗ୍ରହଣ କରି ପୋଲିସ ଯାଞ୍ଚ ପରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯଦି ଅଞ୍ଚଳ ରେ ମଦ ବିକ୍ରୀ ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଲବାସି ଚେତାବନୀ ଦେଇଛନ୍ତି
ବରଗଡ଼: ପ୍ରବଳ ବର୍ଷା ସତ୍ତେ ଏକତ୍ରିତ ହେଲେ ୩ ପଞ୍ଚାୟତବାସୀ


Total Users : 568