ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୧/୦୮/୨୬: ମାଓଗଡ଼ ଆତଙ୍କ ଓ ଗଞ୍ଜେଇ ଚାଷ ପାଇଁ ଖ୍ଯାତି ଅର୍ଜନ କରିଥିବା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଚିତ୍ର ଏବେଧୀରେ ଧିରେ ଧିରେ ବଦଳିବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳରେ ପରିଣତ ହୋଇଥିବା ବିଚ୍ଛିନ୍ନାଞ୍ଚଳ ବିକାଶର ଧାରାରେ ଯୋଡ଼ି ହେଉଛି। ପାଇଛି ଏବେ ଏକ ନୂତନ ପରିଚୟ। ହଳଦୀ ଚାଷ କରି ଅଞ୍ଚଳର ଶତାଧିକ ପରିବାର ଏବେ ସ୍ବାବଲମ୍ବୀ ହୋଇଛନ୍ତି । ବର୍ଷକୁ ଉତ୍ପାଦନ ହେଉଛି ୬ ହଜାର ମେଟ୍ରିକ୍ ଟନ୍ ହଳଦୀ । ପାଖାପାଖି ୨୦ କୋଟି ଟଙ୍କାର ବ୍ୟବସାୟ ହେଉଛି। ମାଓ ଉପଦ୍ରବ କମିବା ପରେ ଫେରିପାଇଛନ୍ତି ସ୍ବାଭିମାନ ଓ ମୁଖ୍ୟସ୍ରୋତକୁ ଫେରିଛନ୍ତି ଅଞ୍ଚଳବାସୀ। ଗଞ୍ଜେଇ ଚାଷକୁ ବନ୍ଦ କରି ହଳଦୀ ଓ ଅନ୍ୟାନ୍ୟ ଅର୍ଥକାରି ଫସଲକୁ ପ୍ରାଥମିକତା ଦେଇଛନ୍ତି ବଣ୍ଡା ଅଞ୍ଚଳବାସୀ। ଗୁରୁପ୍ରୀୟ ସେତୁ ଉଦ୍ଘାଟନ ହେବାପରେ ସରକାର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧ କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଆରମ୍ଭ ହୋଇଥିଲା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ । ଅଞ୍ଚଳରେ ହଳଦୀ ଚାଷ ହେଉଥିଲା। ବର୍ଷକୁ ସଂଗ୍ରହ ହେଉଥିଲା ମାତ୍ର ଶହେ ଟନ୍ । ଏବେ ଏହା ୬ ହଜାର ମେଟ୍ରିକ୍ ଟନ୍ରେ ପହଞ୍ଚି ସାରିଛି। ପ୍ରାୟ ୨ ହଜାର ଏକର ଜମିରେ ହେଉଛି ହଳଦୀ ଚାଷ । ଆଗକୁ ଏହାର ଉତ୍ପାଦନ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଆଜି ଶତାଧିକ ଆଦିବାସୀ ପରିବାର ନିଜ ଗୋଡ଼ରେ ଠିଆ ହୋଇପାରିଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଛି ବୋଲି ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ବିଶ୍ୱନାଥ ମିଶ୍ର ସୁଚନା ଦେଇଛନ୍ତି ।
ହଳଦୀ ଚାଷ ବଦଳାଉଛି ମାଓଗଡ଼ର ଚିତ୍ର : ବର୍ଷକୁ ଉତ୍ପାଦନ ୬ ମେଟ୍ରିକ୍ ଟନ୍, ୨୦ କୋଟିର ବ୍ୟବସାୟ ୬ରୁ ୨ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପିତ


Total Users : 3680