Headlines

୧୦୦ କେଜି ୩୦୦ ଗ୍ରାମ ଗଞ୍ଜେଇ,୨ଟି ଦେଶୀ ବନ୍ଧୁବ ଓ କାର ଜବତ :୪ ଅଭିଯୁକ୍ତ ଜେଲରୁ ଫେରୁ ଫେରୁ ପୁଣି ଅପରାଧରେ ସକ୍ରିୟ


ମହେଶ୍ୱର ଦିଗାଳ/ଡିଭିଜନାଲ ସାମ୍ବାଦିକ/ସମୀକ୍ଷା ନିୟୁଜ

ବାଲିଗୁଡ଼ା ତା-୧୨/୦୯/୨୬ । ବାଲିଗୁଡ଼ା ଥାନା ପୋଲିସ୍ ପକ୍ଷରୁ ବିଶ୍ୱସନୀୟ ସୂଚ଼ନା ଆଧାରରେ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ସହ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ କାର ଜବତ କରାଯାଇଛି । ପୋଲିସର ସୂଚନା ଅନୁସାରେ ୧୦ ସେପ୍ଟେମ୍ବର ୨୦୨୬ ବାଲିଗୁଡ଼ା ଥାନା କେସ ନଂ-୨୩୧/୨୦୨୬ ରୁଜୁ ହୋଇଛି। ଏହି ମାମ୍‌ଲାରେ NDPS ଧାରା ୨୦(b) ii(c)ଏବଂ ARMS ଧାରା୨୫(୧) ଅନୁସାରେ ରୁଜୁ କରାଯାଇଛି I ପୋଲିସ୍ ଚଢାଉ ଥିବା ସମୟରେ ୧୦୦ କେଜି , ୩୦୦ ଗ୍ରାମ, ଅବୌଧ ଗଞ୍ଜେଇ,୨ଟି ଦେଶୀ SBML ବନ୍ଧୁକ ଓ ଧଳା ରଙ୍ଗର ହୋଣ୍ଡା CR-V କାର ( ନମ୍ବର OD-୦୨-AX-୧୦୮୬) ଜବତ କରିଛି । ସେହି ୪ ଜଣ ଅଭିଯୁକ୍ତଙ୍କ ନାମରେ ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନାରେ ୮ ରୁ ଉର୍ଦ୍ଧ ଅପରାଧିକ ମାମଲା ପୂର୍ବରୁ ରୁଜୁ ହୋଇଛି ।

ବିଭିନ୍ନ ଚ଼ୋର, ଡକାଇତ ବେଆଇନ ଗଞ୍ଜେଇ ଅସ୍ତ୍ରଶସ୍ତ୍ର କାରବାରରେ ସଂପୃକ୍ତ ଥିଲେ । ଏହି ଜଣ ଅଭିଯୁକ୍ତ ହେଲେ ତୁମୁଡ଼ିବନ୍ଧ ଥାନା ଶଗଡ଼ିଆ ସାହିର ରିଚ଼ାର୍ଡ଼ ନାୟକ, ଲୁହାର ସାହିର ସଚ଼ିନ ନାୟକ ଦାରିଙ୍ଗିବାଡ଼ି ଥାନା ସିମନ ବାଡ଼ିର କେ. ଶିବ ପ୍ରସାଦ ଆଚାର୍ଯ୍ୟ ଓ ବାଲିଗୁଡ଼ା ଥାନା କିଲୁଗାଁର ବିନୋଦ ପୁଜାରୀ ଗତ କିଛିଦିନ ହେଲା ଜେଲରୁ ବେଲରୁ ଫେରି ପୁଣି ଥରେ ବାଲିଗୁଡ଼ା, ତୁମୁଡିବନ୍ଧ ,ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଚଳାଇ ଆସୁଥିଲେ ବୋଲି ବାଲିଗୁଡ଼ା SDPO ଶ୍ରୀ ଶୁଭମ ଭୋସେଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଘଟଣାରେ ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁଠାକୁ ଯାଉଥିଲା ଏବଂ ଏହା ପଛରେ ଅନ୍ୟକେହି ଜଡିତ ଅଛନ୍ତି କି ନାହି । ସେନେଇ ପୋଲିସ୍ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *