ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ବରଗଡ ସ୍ଥିତ ସ୍ଵଂୟସିଦ୍ଧା ଭବନଠାରେ ବରଗଡ ଜିଲ୍ଲା କ୍ରସର ମାଲିକ ସଂଘ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା କ୍ରସର୍ ମାଲିକ ସଂଘ ର
ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା

ବରଗଡ ଜିଲ୍ଲା କ୍ରାସର୍ ମାଲିକ ସଂଘ ର ଅଧ୍ୟକ୍ଷ ମୁକୁନ୍ଦ ରଥ, ଉପଦେଷ୍ଟା ସୁଧାଂଶ ଗଡତିଆ, ସଭାପତି ତୋସୋବନ୍ତ ସାହୁ ସମ୍ପାଦକ ଅଶ୍ଵିନୀ ତ୍ରିପାଠୀ ମଞ୍ଚାସିନ ଥିଲେ ସଭାପତି ଶ୍ରୀ ସାହୁ ଙ୍କ ସଭାପତିତ୍ବରେ ଇଷ୍ଟ ଦେବୀ ମା ସମଲେଶ୍ଵରୀ ଙ୍କୁ ପୂଜାର୍ଚ୍ଚନା ପରେ ଜାତୀୟ ସଙ୍ଗୀତ ଗାନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା ଏହି ବୈଠକ ରେ ବରଗଡ ଭବାନୀପାଟଣା, କଳାହାଣ୍ଡି, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ, ବଲାଙ୍ଗୀର, ସୁନ୍ଦରଗଡ, ନୂଆପଡ଼ା ସହିତ ରାୟଗଡ଼ା ଜିଲ୍ଲା ଅନେକ କ୍ରସର ମାଲିକ ଉପସ୍ଥିତ ଥିଲେ କ୍ରସରମାଲିଙ୍କର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହେବାସହ କିପରୀ ରାଜ୍ୟ କ୍ରସର ମାଲିକ ସଂଘ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେବ ସେନେଇ ଆଲୋଚନା ହୋଇଥିଲା ପରିଶେଷରେ ଅଶ୍ଵିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ



Total Users : 6823