Headlines

ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ:

ଚିକିଟୀ– ଚିକିଟୀ-ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ରୀୟ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ନିର୍ଦ୍ଦେଶାନୁସାରେ ରବିବାର ଦିନ ଚାନ୍ଦପୁର ଗ୍ରାମ ସ୍ଥିତ ସମାଜ କୋଠଘର ଠାରେ ଶପଥ ପାଠ ଉତ୍ସବ ଓ ନୂତନ କର୍ମକର୍ତ୍ତାଙ୍କ ତାଲିମ୍ ଶିବିର କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଳଗଙ୍ଗା ଙ୍କ ନିକଟରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରୀୟ ସଭାପତି ତଥା ବିଶିଷ୍ଟ ଧର୍ମ ପ୍ରଚାରକ ଶ୍ରୀମାନ ଉତ୍ସବ ସାହୁ ଯୋଗ ଦେଇ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ କୁଳଗଙ୍ଗା ଙ୍କ ନିକଟରେ ୨୧ ତମ ଶପଥ ପାଠ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କର୍ମକର୍ତ୍ତାଙ୍କ ପରିଚୟ ପ୍ରଦାନ କରିବା ସହ ମୁଖ୍ୟ ଅତିଥି ଏବଂ ସମସ୍ତ ଗ୍ରାମ୍ୟ, ଆଞ୍ଚଳିକ ପରିଷଦ ର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଓ କେନ୍ଦ୍ରୀୟ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ସହ ସମ୍ମାନୀତ କରାଯାଇଥିଲା। ପରେ ପରେ ରାଜେଶ୍ୱରି ସାହୁ ଓ ଆଦ୍ୟାଶା ସାହୁ ମିଶି ସମାଜ ମଙ୍ଗଳ ଗୀତିକା ଗାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ସହ ସମସ୍ତ କେନ୍ଦ୍ରୀୟ ପରିଷଦ କର୍ମକର୍ତ୍ତା ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ହୋଇ ସଭା ମଣ୍ଡିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମହାସଭାର ନିର୍ଦ୍ଧାରଣ ଓ ଆୟ ବ୍ୟୟ ପୁସ୍ତିକା ଉନ୍ମଚନ କରାଯାଇ ବଣ୍ଟନ କରାଯାଇଥିଲା।

ତାହା ସଙ୍ଗେ ସଙ୍ଗେ ନିମନ୍ତ୍ରିତ ଅତିଥି ଶିକ୍ଷକ ନରେନ୍ଦ୍ର ସାହୁ ମହାସଭା ଉପବିଧୀ ନିର୍ଦ୍ଧାରଣ ପୁସ୍ତିକା ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ଜିତେନ୍ଦ୍ର ସାହୁ ଆୟ ବ୍ୟୟ ଉପସ୍ଥାପନ କରିଥିଲେ। ପରିଶେଷରେ ବରିଷ୍ଠ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତା ମାନଙ୍କୁ ସୁ ସମାଜ କିପରି ଗଠନ କରିପାରିବା ତାହା ଉପରେ ନିଜ ନିଜର ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରି ଉପଯୁକ୍ତ ତାଲିମ୍ ମାଧ୍ୟମରେ ଦେଇଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣ ସାହୁ ପରିଚାଳନା କରିଥିବା ବେଳେ ସଭାପତି ଦଣ୍ଡାସି ସାହୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ। ଚାନ୍ଦପୁର ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।

Leave a Reply

Your email address will not be published. Required fields are marked *