Headlines

କନ୍ଧମାଳ:କୋଟଗଡ଼ରେ ଅସ୍ତ୍ର ଦେଖାଇ ଘରେ ଲୁଟ ଅଭିଯୋଗ, ୪ ଗିରଫ

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ:
କନ୍ଧମାଳ ଜିଲ୍ଲା ର ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଅଞ୍ଚଳରେ କେତେକ ଡକାଇତ ଘରେ ପଶି ଅସ୍ତ୍ର ଦେଖାଇ ଲୁଟପାଟ କରିବା ଅଭିଯୋଗରେ ପୋଲିସ୍ ଚାରିଜଣକୁ ଗିରଫ କରିଛି । ଏହି ଭଳି ଘଟଣାଟି କୋଟଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କୋଟଗଡ଼ ଥାନାରେ ଅଭିଯୋଗ ପରେ, ତାହାର ତଦନ୍ତ ପରେ ୪ ଅଭିଯୁକ୍ତଙ୍କୁ ଧରା ଯାଇଥିବା ବେଳେ ନଗଦ ୧୪,୭୦୦ ଟଙ୍କା, ଦୁଇଟି ମୋବାଇଲ,୨ଟି ଛୁରୀ ଓ ଗୋଟିଏ ବୁଲେଟ ମୋଟରସାଇକେଲ ଜବତ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।


ପୋଲିସଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତମାନେ ହେଲେ କୋଟଗଡ଼ ଓ ତୁମୁଡ଼ିବନ୍ଧ ଅଞ୍ଚଳରେ ସମିତ କୁମାର ପାଲ୍ ଟାସିଙ୍ଗ୍, ବିକାଶ ବଳିଆରସିଂହ, ରୋହିତ ନାୟକ ଓ ରାହୁଲ ମାନସେଠ। ପୋଲିସର ସୂଚନା ଅନୁସାରେ କୋଟଗଡ଼ର କୁମ୍ଭାରସାହିର ମଞ୍ଜୁ ନାୟକଙ୍କ ଘରେ ଅଭିଯୁକ୍ତମାନେ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା ।ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଅସ୍ତ୍ର ଦେଖାଇ ସୁନା ,ଗହଣା ଓ ଟଙ୍କା ଲୁଟ୍ ପାଟ୍ କରିଥିଲେ। ଏହି ଭଳି କୋଟଗଡ଼ ଅଞ୍ଚଳରେ ଗତ କିଛି ଦିନ ହେଲା କୋଟଗଡ଼ ଅଞ୍ଚଳର ଲୋକମାନେ ଭୟଭିତ ହୋଇ ପଡ଼ିଛନ୍ତି । ଏହି ଅଭିଯୁକ୍ତ ଚୋର ଡକାଇତମାନେ ଅନ୍ୟ ଚୋରି କିମ୍ବା ଲୁଟପାଟରେ ସଂପୃକ୍ତ ଅଛନ୍ତି ନାହିଁ ।କୋଟଗଡ଼ ଥାନାର ଭାର ପ୍ରାପ୍ତ ଅଫିସର କହିଛନ୍ତି , ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *