Headlines

ମାଲକାନଗିରି:ଗାଁ କଲ୍ୟାଣ ସମିତିର ଦାୟିତ୍ୱ ଓ ଭୂମିକା ନେଇ ସଚେତନତା ଶିବିର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୮/୦୯/୨୬
ମାଲକାନଗିରି ଜିଲ୍ଲାର ସୀମାବର୍ତ୍ତୀ ପଡିଆ ବ୍ଲକ ବାପନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଡେମଗୁଡା ଗ୍ରାମରେ ଆଇଟିସି ମିଶନ ସୁନହରାକାଲ ସହଯୋଗରେ ପରିଚାଳିତ ଆଇଜିଡି ଏନଜିଓ ପକ୍ଷରୁ ଗାଁ କଲ୍ୟାଣ ସମିତି ସଦସ୍ୟଙ୍କୁ ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାରେ ଗାଁ କଲ୍ୟାଣ ସମିତିର ଉଦ୍ଦେଶ୍ୟ, ଦାୟିତ୍ୱ ଓ ଭୂମିକା ସମ୍ପର୍କରେ ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଗର୍ଭବତୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଶିଶୁଙ୍କ ଟୀକାକରଣ, ପୁଷ୍ଟି, ରକ୍ତହୀନତା ନିରାକରଣ, ପରିମଳ ଓ ସ୍ୱଚ୍ଛତା ଆଦି ଉପରେ ଆଲୋଚନା ହୋଇଥିଲା।

ଗ୍ରାମବାସୀଙ୍କୁ ସରକାରୀ ସ୍ୱାସ୍ଥ୍ୟସେବା ଓ ଜନକଲ୍ୟାଣକାରୀ ଯୋଜନା ସହ ଯୋଡିବା, ଗୁରୁତର ରୋଗୀଙ୍କୁ ସମୟୋଚିତ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଗ୍ରାମର ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରି ସମାଧାନରେ ସମନ୍ୱିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆଶା, ଅଙ୍ଗନବାଡି କର୍ମୀ, ଏଏନଏମ୍‌ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସଦସ୍ୟଙ୍କୁ ଅବଗତ କରାଯାଇଥିଲା। କର୍ମଶାଳାରେ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ଗ୍ରାମର ବିଭିନ୍ନ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମସ୍ୟା ନେଇ ଆଲୋଚନା କରିଥିଲେ। ଗ୍ରାମସ୍ତରରେ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ ଏଭଳି କର୍ମଶାଳା ଗୁରୁତ୍ୱପୂର୍ଣ୍ଣ ବୋଲି ଆୟୋଜକ କହିଛନ୍ତି।

Leave a Reply

Your email address will not be published. Required fields are marked *