Headlines

କାଲିମେଳା:ଏମଭି-୭୯ ପୋଲିସ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ରାଲି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୮/୦୯/୨୬
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଠାରେ ସୋମବାର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏମଭି-୭୯ ସ୍ଥିତ ଡାକ୍ତର ଶ୍ୟାମା ପ୍ରସାଦ ଜୁନିଅର କଲେଜ ଠାରୁ ଏମଭି-୭୯ ବଜାର ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ଏମଭି-୭୯ ଥାନା ଅଧିକାରିଣୀ ପୂର୍ଣିମା ଟେଟେଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଏବଂ କଲେଜର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଟ୍ରାଫିକ ନିୟମ, ହେଲମେଟ ବ୍ୟବହାର, ନିଶାସେବନ କରି ଗାଡି ନ ଚଲାଇବା, ନୋ ପାର୍କିଂ ଜୋନ୍, ଆରସି, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଭଳି ଆବଶ୍ୟକ କାଗଜପତ୍ର ରଖିବା ବିଷୟରେ ସଚେତନ କରାଯାଇଥିଲା । ଏହା ସହ ପିଏମ ରାହତ ଯୋଜନା, ଦୁର୍ଘଟଣା ସହାୟତା ଯୋଜନା ଓ ୱାଟସଆପ୍ ଚାଟବଟ୍ ନମ୍ବର ବ୍ୟବହାର ବିଷୟରେ ମଧ୍ୟ ବୁଝାଯାଇଥିଲା ।

Leave a Reply

Your email address will not be published. Required fields are marked *