Headlines

ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ

ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ

ବଣାଇଗଡ଼: ବଣାଇଗଡ଼ ବ୍ଲକ ସ୍ଥିତ ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଶିହିଡିଆ ଠାରେ ତା ୦୯/୦୯/୨୦୨୬ ବୁଧବାର ଦିନ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇ ଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅରୂପ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ରୁଗୁଡ଼ାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୁରଲୀଧର ବାଙ୍କ ଓ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇ ଥିଲେ ଜଦୂପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କାଳିଆ ବିହାର ଶିହିଡ଼ିଆର ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କିଶୋର ଚଇନି ଏବଂ ଶ୍ରୀଯୁକ୍ତ ସୁଜିତ କୁମାର ମେଲି ।

ଶ୍ରୀଯୁକ୍ତ ତନୁଜ କୁମାର ପ୍ରଧାନ, ବିଜ୍ଞାନ ପର୍ଯ୍ୟବେକ୍ଷକ ସମ୍ପୂର୍ଣ୍ଣ ଆୟୋଜନ କରିଥିଲେ। ହିନ୍ଦୀ ଶିକ୍ଷକ ଶ୍ରୀ ମୁକେଶ ମାଝୀ ମଞ୍ଚ ସଞ୍ଚାଳନ କରିବା ସହ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତି ନିବେଦିତା ବେହେରା, ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଅଜୟ କୁମାର ସାହୁ ଓ ଶ୍ରୀମତି ଶିବାନୀ ପ୍ରଧାନ ବିଶେଷ ସହାୟତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଯଥା – ଶ୍ରୀଯୁକ୍ତ ଲମ୍ୱୋଦର ମହଲିକ,ଶ୍ରୀଯୁକ୍ତ ହୃଦାନନ୍ଦ ଗୁରୁ, ଶ୍ରୀ ହୃଦାନନ୍ଦ ସାହୁ,ଶ୍ରୀମତି ଅନିତା କେରକେଟା, ଶ୍ରୀମତି ଅରୁଣା ବାଲା ସାହୁ,ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ବାଳ,ଶ୍ରୀଯୁକ୍ତ ମେଘନାଦ ମହାନ୍ତ ଆଦି ଉପସ୍ଥିତ ଥିଲେ । ଯଦୁପତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିହିଡ଼ିଆର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିମ କୁମାର ମଲ୍ଲିକ କୃତି ପ୍ରତିଭାଗୀ ୟଶଶ୍ରୀ କୈବର୍ତ୍ତ, କିରଣ କିଶୋର ଉଚ୍ଚ ବିଦ୍ୟାଳୟ ଜକୈକଳା (ପ୍ରଥମ), ଅର୍ପିତା ସାହୁ, ଗୋପବନ୍ଧୁ ଟିକେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଶିହିଡ଼ିଆ (୨ୟ), ସୌର୍ୟଶ୍ରୀ ସାହୁ, ଏଓଭି ବାବୁନୁଆଗାଁ (୩ୟ) ଙ୍କୁ ସ୍ଵହସ୍ତରେ ପୁରସ୍କୃତ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ତନୁଜ କୁମାର ପ୍ରଧାନ ବିଜ୍ଞାନ ପର୍ଯ୍ୟବେକ୍ଷକ ଧନ୍ୟବାଦ ଅର୍ପଣ ପୂର୍ବକ ସଭାର ପରିସମାପ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *