Headlines

ମାଲକାନଗିରିରେ ଦକ୍ଷତା ବିକାଶ ତାଲିମାର୍ଥୀଙ୍କୁ ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କଲେ ବିଧାୟକ ନରସିଂହ ମାଡ଼କାମି

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୧୦/୦୯/୨୬
ମାଲକାନଗିରି ଜିଲ୍ଲାର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ ଏବଂ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ପୋଷାକ ଓ ପାଠ୍ୟୋପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଏବଂ ଗ୍ରାମତରଙ୍ଗ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ସାମଗ୍ରୀ ବଣ୍ଟନ କରିଛନ୍ତି।


ବ୍ଲାକ୍ ପାନ୍ଥର ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ସାଧାରଣ ସେବା ସହାୟକ ପାଠ୍ୟକ୍ରମରେ ତାଲିମ ନେଉଥିବା ୨୯ ଜଣ ଶିକ୍ଷାର୍ଥୀଙ୍କୁ ଏବଂ ଗ୍ରାମତରଙ୍ଗ ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ସିଲେଇ ମେସିନ ଚାଳକ ପାଠ୍ୟକ୍ରମରେ ତାଲିମ ନେଉଥିବା ୨୦ ଜଣ ଶିକ୍ଷାର୍ଥୀଙ୍କୁ ବିଧାୟକ ପୋଷାକ ଓ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରିଥିଲେ।
ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଏବଂ ନିୟୋଜନ ଅଧିକାରୀ ଗୁପ୍ତ ମାଢ଼ୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସୂଚନାଯୋଗ୍ୟ ଯେ, ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଅଧୀନରେ ଉଭୟ କେନ୍ଦ୍ରରେ ଏହି ମାଗଣା ପ୍ରଶିକ୍ଷଣ ଶିବିର ପରିଚାଳିତ ହେଉଛି, ଯାହାକି ଆଗାମୀ ଦିନରେ ଗ୍ରାମାଞ୍ଚଳର ଯୁବକଯୁବତୀମାନଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ଯୋଗାଇବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *