Headlines

କେନ୍ଦ୍ରାପଡ଼ା: ମଦ ଜବତ, ୦୯ ଜଣ କୋର୍ଟ ଚାଲାଣ


ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା :

କେନ୍ଦ୍ରାପଡ଼ା, ୧୧/୦୯: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡ଼ା ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ସଦର, କୁଦାନଗରୀ, ମହାକାଳପଡ଼ା ଓ ଜମ୍ବୁ ମେରାଇନ୍ ଅବକାରୀ ଥାନା ଅଧୀନ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା।

ଏହି ଚଢ଼ାଉ ସମୟରେ ନହଙ୍ଗା ଗ୍ରାମର ନରେଶ କୁମାର ସାହୁ (୪୯)ଙ୍କ ନିକଟରୁ ୧୮ ଲିଟର ବିଦେଶୀ ମଦ, ଟରାଣ୍ଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗେରୁ (୫୦)ଙ୍କ ନିକଟରୁ ୩୨ ଲିଟର ବିଦେଶୀ ମଦ ଏବଂ ନୀଳିକଣା ଗ୍ରାମର ବିଚିତ୍ର ସାମଲ (୨୯)ଙ୍କ ନିକଟରୁ ୩୬ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା। ସେହିପରି ପ୍ରଭାକରପୁର ଗ୍ରାମର ସୁବାସିନୀ ଖିଲର (୨୪)ଙ୍କ ନିକଟରୁ ୨୫ ଲିଟର ଦେଶୀ ରନ୍ଧା ମଦ, ଦୀପ୍ତି ଖିଲର (୨୪)ଙ୍କ ନିକଟରୁ ୫୫୦ ଲିଟର ଗୁଡ଼ପୋଚ ଏବଂ ସେହି ଗ୍ରାମର ରବି ଖିଲର (୪୫)ଙ୍କ ନିକଟରୁ ୩୫୦ ଲିଟର ଗୁଡ଼ପୋଚ, ସନ୍ୟାସପୁର ଗ୍ରାମର ପ୍ରମୋଦ ବେହେରା (୪୦) ଙ୍କ ନିକଟରୁ ୨୮ ଲିଟର ବିଦେଶୀ ମଦ, କରିଲୋପାଟଣା ଗ୍ରାମର ପ୍ରମୋଦ ବେହେରା (୫୭) ଙ୍କ ନିକଟରୁ ୨୩ ଲିଟର ବିଦେଶୀ ମଦ ଓ ନଛିପଡା ଗ୍ରାମର ଚଗଲା ଦାସ (ବୟସ-୪୭) ଙ୍କ ନିକଟରୁ ୨୭ ଲିଟର ବିଦେଶୀ ମଦ କରାଯାଇଥିଲା।

ଉକ୍ତ ଚଢ଼ାଉରେ ସମୁଦାୟ ୧୦୮୯ ଲିଟର ବିଦେଶୀ ମଦ, ଦେଶୀ ରନ୍ଧା ମଦ ଓ ଗୁଡ଼ପୋଚ ମଦ ଜବତ କରାଯାଇଛି। ଏହି ଘଟଣା ସଂକ୍ରାନ୍ତରେ ବିଭିନ୍ନ ଅବକାରୀ ମାମଲା ରୁଜୁ କରାଯାଇ ୦୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନାନୁଯାୟୀ ମାନ୍ୟବର ଅଦାଲତରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ରଞ୍ଜନ କୁମାର ପାତ୍ର, ଶ୍ରୀ ତ୍ରିବେଣୀ ମହନ୍ତ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସକ୍ରିୟ ଭାବେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *