
ସିଦ୍ଧାର୍ଥ ଶଙ୍କର ମିଶ୍ର / ଧୂଷୁରୀ ଧାମନଗର/ ଭଦ୍ରକ /ସମୀକ୍ଷା ନ୍ୟୁଜ
ବେତାଳିଗାଁ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଳସାହି ଗ୍ରାମ ପଞ୍ଚାୟତ ଅଧୀନ ବେତାଳିଗାଁ ହାଟର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ମୃତ୍ୟୁଞ୍ଜୟ ସାହୁ (୪୭)ଙ୍କର ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି। ସେ ଜଣେ ପରୋପକାରୀ, ସଙ୍ଗଠନପ୍ରେମୀ ଓ ମେଳାପୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଶେଷ ଦର୍ଶନ ପାଇଁ ପାଳସାହି, ରଇପୁର ସମେତ ଆଖପାଖ ଅଞ୍ଚଳର ବହୁ ଲୋକ ଏକତ୍ରିତ ହୋଇଥିଲେ। ପରେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ବେତାଳିଗାଁ ବଜାର, ସ୍କୁଲ ଓ କଲେଜ ପରିକ୍ରମା କରାଯାଇ ଶେଷ ବିଦାୟ ଦିଆଯାଇଥିଲା।

ଶୋଭାଯାତ୍ରାରେ ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ବିଜେଡି ନେତା ସଞ୍ଜୟ କୁମାର ଦାସ, ସାରଦା ପ୍ରସନ୍ନ ସାହୁ, ହସନାବାଦ ସରପଞ୍ଚ ଅଜୟ ମଳିକ, ଧୁଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ବାବାମଣୀ ମହାବିଦ୍ୟାଳୟର ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ଓ ଆଖଣ୍ଡଳମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିଥିଲେ। ତାଙ୍କ ବିୟୋଗରେ ବେତାଳିଗାଁ ହାଟର ବ୍ୟବସାୟୀ ମହଲ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।



Total Users : 6801