Headlines

ହିନ୍ଦ ମଜୁଦୁର ସଭାର ରାଜ୍ୟ ସମ୍ପାଦକ ହେଲେ ଜ୍ଞାନ ରଞ୍ଜନ ଦାସ


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:

ଡେଲାଙ୍ଗ,ତା୧୩।୯ ଡେଲାଙ୍ଗ ବ୍ଲକ ଅରିସଲ ପଂଚାୟତ ଅନ୍ତର୍ଗତ ଓଡ଼ାରଙ୍ଗ ଗ୍ରାମର ଜ୍ଞାନ ରଞ୍ଜନ ଦାସ ପଞ୍ଚଦଶ ରାଜ୍ୟ ହିନ୍ଦ ମଜୁଦୁର ସଭା ସମ୍ମିଳନୀ ରେ ରାଜ୍ୟ ସମ୍ପାଦକ ଭାବେ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଛନ୍ତି । ରବିବାର ଚନ୍ଦ୍ରଶେଖରପୁର ରେଳବିଭାଗ ସମ୍ମିଳନୀ ସଦନରେ ଅନୁଷ୍ଠିତ ସଭାରେ ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ପୂର୍ବରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଥିବା ବେଳେ ଆଜି ଠାରୁ ୨ୟ ଥର ଭାବେ ଏହି ଦିୟିତ୍ୱ ପୁର୍ନବାର ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଖଟିକିଆ, ମେହନତ ଶ୍ରମିକ ଙ୍କ ପାଇଁ ଅହରହ ଦିନରାତି ପରିଶ୍ରମ କରିଥିବାରୁ ଏହି ସଫଳତା ମିଳିଛି । ରାଜ୍ୟ ନେତୃ ମଣ୍ଡଳର କମ୍ରେଡ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କମ୍ରେଡ ଲଷ୍ମୀଧର ସାହୁ, କମ୍ରେଡ ବିରଜା ଙ୍କିଙ୍କର ନାୟକ, କମ୍ରେଡ ଶଙ୍କର ବେହେରା ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପଞ୍ଚଦଶ ହିନ୍ଦ ମଜଦୁର ସଭା ର ସମସ୍ତ ଶ୍ରମିକ ସାଥୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *