
ଯଶୋବନ୍ତ ପରିଡା/_ ମୟୁରଭଞ୍ଜ, ବାରିପଦା/_ ୧୩/୦୯/୨୬ (ସମୀକ୍ଷା ନ୍ୟୁଜ)
ଟାଉନ ଥାନା ଅନ୍ତର୍ଗତ ବଗଡ଼ିହା ଛକ ନିକଟରେ ଆଜି ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରୀରେ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି
ମିଳିଥିବା ସୂଚନା ଅନୁଯାୟୀ, ଶୂଳିଆପଦା ଥାନା ଅନ୍ତର୍ଗତ ଗଉଡ଼ୁଣୀଡୁବା ଗ୍ରାମର ଗୁରା ନାଏକଙ୍କ ପୁଅ କଟିଆ ନାଏକ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ନାଏକ ବଗଡ଼ିହା ଛକ ନିକଟରେ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଥା କଟାକଟି ଜରୁରୀକା୍ଳୀନ ସ୍ଥିତିକୁ ଯିବାରୁ ଉତକ୍ଷିପ୍ତ ହୋଇ କଟିଆ ନାଏକ ପାଖରେ ଥିବା ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀ ସୁକାନ୍ତିଙ୍କ ବେକକୁ ଆକ୍ରମଣ କରିଥିଲେ।

ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ସୁକାନ୍ତି ପ୍ରାଣ ବିକଳରେ ଚିତ୍କାର କରି ସ୍ଥାନୀୟ ଲୋକଙ୍କ ନିକଟକୁ ଦୌଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତତ୍ପରତା ପ୍ରକାଶ କରି ତାଙ୍କ ବେକରେ ଚାଦର ବାନ୍ଧି ରକ୍ତସ୍ରାବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଏବଂ ତୁରନ୍ତ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି
ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ଓ ଭୟର ବାତାବରଣ ସୃଷ୍ଟି କରିଛି। ଖବର ପାଇ ଟାଉନ ଥାନା ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ କଟିଆ ନାଏକଙ୍କୁ ଅଟକ ରଖିବା ସହ ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।



Total Users : 6769