Headlines

ଲଗାଣ ବର୍ଷାରେ ବୁଡ଼ିଲା ବ୍ରିଜ, ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତାରେ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୧୨/୦୯/୨୬
ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡ଼ିଛି। ଦିନକୁ ଦିନ ବର୍ଷାର ପରିମାଣ ବଢ଼ୁଥିବାରୁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ିବା ସହ ଚାଷଜମିରେ ପାଣି ଜମି ରହିଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପାଙ୍ଗାମ୍, ପୋଟେରୁ, ଏମଭି – ୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି।ଯାତାୟାତ ଠପ୍ ହୋଇଯାଇଛି। ପୋଲର ଦୁଇ ପଟେ ପୁଲିସ ଯାତ୍ରୀଙ୍କୁ ପୋଲ ନିକଟକୁ ଛାଡୁ ନଥିବା ଦେଖିବାକୁ ମିଳିଛି।ଜିଲ୍ଲାର ପ୍ରମୁଖ ସତୀଗୁଡ଼ା ଓ ବାଲିମେଳା ଜଳଭଣ୍ଡାରରେ ମଧ୍ୟ ଜଳସ୍ତର ଲଗାତାର ବଢ଼ୁଛି।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଚାଷଜମି ଜଳମଗ୍ନ ହୋଇଛି। ବିଶେଷକରି ପଟେରୁ ଅଞ୍ଚଳରେ ଜମିରେ ପାଣି ଜମି ରହିଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅତ୍ୟଧିକ ପାଣି ଯୋଗୁଁ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *