ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି,
ବଡ଼ସାହି, ୧୫/୯/୨୬- ବଡ଼ସାହି ବ୍ଲକର ବିଭିନ୍ନ ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କ୍ଳବ ସହ ଆମ୍ବଡାଳିସ୍ଥ ଫାର୍ମାସି କଲେଜରେ ମହା ସମାରୋହରେ ଚଳିତ ବର୍ଷର ଗଣେଶ ପୂଜା ପାଳିତ ହୋଇଯାଇଛି । ତେବେ ୨୪ ତମ ଗଣେଶ ପୂଜା ପାଳିତ କରିଛି ଉଇନର୍-୧୧ କ୍ଲବ, ବଡ଼ସାହି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଅଗ୍ରପୂଜ୍ୟଙ୍କ ଏକ ସୁଉଚ୍ଚ ମେଢ଼ ଓ ସାଜସଜ୍ଜା ସହିତ ଆକର୍ଷଣୀୟ ସାଜସଜ୍ଜାରେ ଯଥାବିଧି ପୂଜା ସମାପ୍ତ ହୋଇଯାଇଛି । ଏକ ନିଆରା ପ୍ରୟାସ ନେଇ ତଥା ଅନ୍ନଦାନ ମହାପୁଣ୍ୟ ମନୋବୃତ୍ତିରେ ପୂଜା ପରଦିନ ଅର୍ଥାତ ମଙ୍ଗଳବାର ନୂଆଖାଇ ପଡୁଥିବା ଚିନ୍ତାନେଇ ମଧ୍ୟାହ୍ନରେ ପ୍ରସାଦ ବଣ୍ଟନ ନିମନ୍ତେ କମିଟି ତରଫରୁ ବ୍ୟବସ୍ଥା କରାଯାଇ ଅନ୍ନପ୍ରସାଦ ବଣ୍ଟନ ସମୟରେ ବହୁ ସ୍ଥାନୀୟ ବାସୀଙ୍କ ସମାବେଶ ହୋଇଥିଲା । ଏହାସହ ଆସନ୍ତା ବର୍ଷ କ୍ଲବ୍ ର ୨୫ ତମ ପୂଜା ତଥା ରୌପ୍ୟ ଜୟନ୍ତୀ ପାଳନ ନିମନ୍ତେ ଏ ବର୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା କଥା ସଂଘର ସଭାପତି ମାନସ କୁମାର ଦାସ ସୂଚନା ପ୍ରଦାନ କରିଛନ୍ତି । ଏହି ପୂଜା ଆୟୋଜନରେ ସଂପାଦକ ଶୁଭେନ୍ଦୁ ପଣ୍ଡାଙ୍କ ସହିତ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । କ୍ଲବର ଏଭଳି ମହତ ଉଦ୍ଦେଶ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।



Total Users : 6801