ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ଡେଲାଙ୍ଗ, ତା୧୫।୯(ପିଏନଏସ)ଲଘୁଚାପ ଜନିତ ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଅର୍ନ୍ତଗତ ପାଇକସାହି ଠାରେ ଥିବା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ଭୁସୁଡି ପଡିଛି । ଛୁଟି ଦିନ ହୋଇଥିବାରୁ ବଡ ଅଘଟଣରୁ ଛତ୍ରଛାତ୍ରୀ ବର୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ମିଳିଥିବା ସୁଚନାନୁଯାଇ ଲଗାଣ ବର୍ଷା ପାଇଁ ବିଦ୍ୟାଳୟ ପରିସରରେ ବର୍ଷା ଲହଡା ମାରି ଜମି ରହିଛି ।

ବିଦ୍ୟାଳୟର ଉତର ପାଶ୍ୱର୍ରେ ତଥା ଡେଲାଙ୍ଗ ରାସ୍ତା ପାର୍ଶ୍ଵକୁ ସଲଗ୍ନ ପ୍ରାଚୀରଟି ପାଣି ପଶି ଦୃର୍ବଳ ହୋଇ ରହିଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଓଲଟି ପଡିଛି । ଯଥାଶିଘ୍ର ବିଦ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ଦାବୀ ଜୋର ଧରିଛି । ଏଥିପ୍ରତି ଶିକ୍ଷା ବିଭାଗ ତପ୍ତରତାର ସହ ବିଦ୍ୟାଳୟର ପ୍ରାଚୀର ନିର୍ମାଣ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବୀ କରାଯାଇଛି ।ଅନ୍ୟ ପଟେ ବିଗତ ୫ ବର୍ଷ ପୂର୍ବେ ନିର୍ମାଣ ସମୟରେ ପ୍ରାଚୀରରେ ପିଲାର ଦିଆ ଯାଇଥିଲେ ସରକାରୀ ଅର୍ଥ ପାଣିରେ ପଡି ନଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିଟିକୁ ନେଇ ଯୁବ ନେତା ମନୋରଞ୍ଜନ ବରାଳ ଏନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରାଚୀର ନିର୍ମାଣ ପାଇଁ ଦାବି କରିଛନ୍ତି ।



Total Users : 6779