
ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ଡେଲାଙ୍ଗ,ତା୧୭।୯ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଡା କଁଅରସାହିରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ଶୌଚ ହେବାକୁ ବୁଧବାର ସନ୍ଧ୍ୟାରେ ପୋଖରୀ କୁ ଯାଇ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପାଣିରେ ପଡି ଯାଇଥିବା ସନ୍ଦେହ କରି ପରିବାର ଲୋକ ପୋଖରୀ ରେ ବହୁତ ସମୟ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ସକାଳୁ ପୋଖରୀ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ସେଠାରୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ମୃତକ ହେଲେ ଅଦୈତ୍ୱ ପରିଡା (୭୦) ଅରିସଲ ପଡାକଅଁର ସାହି ର ଅଟନ୍ତି। ଖବର ପାଇ ଡେଲାଙ୍ଗ ପୋଲିସ ମେଡିକାଲ ରେ ପହଂଚି ମୃତ୍ୟୁ ଶରୀରକୁ ଜବତ କରି ତଦନ୍ତ ଚଳାଇଛି।ଏନେଇ ମୃତକ ଙ୍କ ପୁଅ ବଟକୃଷ୍ଣ ପରିଡା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଡେଲାଙ୍ଗ ପୋଲିସ ଏକ ଅପମୃତୁ ମାମଲା ୧୬/୨୬ରେ କେଶ ରୁଜୁ କରି ମୃତୁ ଶରୀରକୁ ବ୍ୟବଛେଦ ପାଇଁ ପୁରୀ ପଠାଇ ପୋଲିସ ତଦନ୍ତ ଚଳାଇବ ବୋଲି ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।



Total Users : 6801