Headlines

ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୧୫/୯,ପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଦିନରାତି ଅବାଧ ଚୋରା ମଦ କାରବାର ଚାଲୁ ରହିଥିବାରୁ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଆଜି ପାଟଣା ଥାନା ଏବଂ ଅବକାରୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ଅଭିଯୋଗ ଅନୁଯାୟୀ, ମଙ୍ଗଳପୁର ଗ୍ରାମରେ ବେଧଡ଼କ ଭାବେ ଚୋରା ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ଯୋଗୁଁ ଗ୍ରାମ୍ୟ ପରିବେଶ ନଷ୍ଟ ହେବା ସହ ପାରିବାରିକ ଅଶାନ୍ତି ଦେଖାଦେଉଛି। ମଦ୍ୟପଙ୍କ ଉତ୍ପାତ କାରଣରୁ ମହିଳା ଓ ଯୁବତୀମାନେ ରାସ୍ତାଘାଟରେ ଯିବାଆସିବା କରିବା ଅସୁରକ୍ଷିତ ହୋଇପଡ଼ିଛି। ବାରମ୍ବାର ବିରୋଧ ସତ୍ତ୍ୱେ ମଦ ବେପାରୀମାନେ ନିର୍ଭୟରେ ଏହି ବେଆଇନ ମଦ କାରବାର ଚଳାଇ ଆସୁଛନ୍ତି।

ଏହି କାରବାର ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ସହ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମହିଳାମାନେ ଉଭୟ ଥାନାରେ ଲିଖିତ ଦାବି ଜଣାଇଛନ୍ତି। ଆଗାମୀ ଦିନରେ ପ୍ରଶାସନ ତରଫରୁ ଏହି ଚୋରା ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରାନଗଲେ, ସମଗ୍ର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଗ୍ରାମର ମହିଳାମାନେ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *