Headlines

ବିଜେପି କ୍ୟାମ୍ପରେ ଶରଣ ପଶିଲେ ବିଜେଡିର କିଛି ତୁଙ୍ଗନେତା


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

କେନ୍ଦୁଝର/ଢେଙ୍କିକୋଟ:୧୫/୯,ଆଜି ଢେଙ୍କିକୋଟ ନିକଟବର୍ତ୍ତୀ ଲଙ୍ଗଳକଣ୍ଟି ଠାରେ ଥିବା ଜିଲ୍ଲା ସାଂସଦ ଙ୍କ କାର୍ଯ୍ୟାଳୟ ଠାରେ ବିଜେଡ଼ି କୁ ଗୁଡ଼ବାୟ କରି ଦିର୍ଘଦିନର ସମ୍ପର୍କ ,ମୋହ ମାୟା କୁ ଛାଡି ବିଜେପି ରେ ଯୋଗଦେଇଛନ୍ତି କିଛି ତୁଙ୍ଗନେତା l ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ସେମାନେ ବିଜେପି ଦଳରେ ସାମିଲ ହୋଇଛନ୍ତି l ତେଣୁ ବିଜେପି ଶିବିରରେ ଖୁସିରଲହରୀ ଖେଳି ଯାଇଛି l

ବିଜେଡି ଛାଡି ବିଜେପି ରେ ମିଶିଥିବା ନେତା ମାନେ ହେଲେ ଢେଙ୍କିକୋଟ ର ବିଶିଷ୍ଠ ବ୍ୟବସାୟୀ ବାବୁଲା ସାହୁ ଙ୍କ ସମେତ ବନମାଳୀ ନାଏକ, ଦୈତାରୀ ନାଏକ, ସେକ୍ ଜାବେର,ଗାମା ଦଳେଇ ,ବୁଲୁ ନାଏକ ଙ୍କ ସମେତ ଅନ୍ୟାନ୍ୟ ଗ୍ରାମର ୫୦ ରୁ ଅଧିକ କାର୍ଯ୍ଯକର୍ତ୍ତା l ଏହି ମିଶ୍ରଣ ପର୍ବ ରେ ଉପସ୍ଥିତ ଥିଲେ ଖୋଦ୍ ସାଂସଦ ଶ୍ରୀ ଅନନ୍ତ ନାୟକ, ସାଂସଦ ପ୍ରତିନିଧି ଶ୍ରୀ ଅଖିଳ କୁମାର ପାତ୍ର, ମଣ୍ଡଳ ସଭାପତି ରଞ୍ଜିତ ନାଏକ, ବରିଷ୍ଠ ରାଜନେତା ତଥା ଘସିପୁରା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଡକ୍ଟର ଶମ୍ଭୁନାଥ ରାଉତ୍, ରାମଚନ୍ଦ୍ର ସାହୁ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତ୍ତା l ନୂତନଭାବେ ଦଳରେ ମିଶିଥିବା ବ୍ୟକ୍ତିଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନକରି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ତେବେ ଧୀରେ ଧୀରେ ବିଜେପି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚ ହେଉଛି l

Leave a Reply

Your email address will not be published. Required fields are marked *