Headlines

ଧଉଳିରେ ଦେବଶିଳ୍ପୀଙ୍କ ନିଆରା ମୂର୍ତ୍ତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର ,ତା.୧୭/୦୯//୨୬ ରିଖ- ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଢ଼ିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିଆରା ମୂର୍ତ୍ତି। ମୂର୍ତ୍ତି କଳା ବିଭାଗର ଅଧ୍ୟାପକ ଚନ୍ଦନ କୁମାର ସାମଲଙ୍କ ତତ୍ତ୍ଵାବଧାନରେ ମହାବିଦ୍ୟାଳୟର ଶିଳ୍ପୀ ଛାତ୍ରଛାତ୍ରୀମାନେ ଓଡ଼ିଶାର ଲୋକକଳା ଓ ସଂସ୍କୃତିକୁ ନେଇ କାଗଜ ପେଟି,ସୂତୁଲି, ଅଠା ଓ ପାରମ୍ପରିକ ଦ୍ରବ୍ୟରେ ଗଢ଼ିଛନ୍ତି ଏହି ନିଆରା ମୂର୍ତ୍ତି ।

୭ ଫୁଟ ଉଚ୍ଚର ଏହି ନିଆରା ମୂର୍ତ୍ତିକୁ ମହାବିଦ୍ୟାଳୟର ୮ ଜଣ ଶିଳ୍ପୀଙ୍କୁ ଗଢ଼ିବାକୁ ୧୫ ଦିନ ସମୟ ଲାଗିଥିଲା। ଏହି ଅବସରରେ ମହାବିଦ୍ୟାଳୟର ସମ୍ପାଦକ ରବିଶଙ୍କର ଦାସ ଯୋଗଦେଇ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା କରିବା ସହିତ ଛାତ୍ରଛାତ୍ରୀଙ୍କ ଏହି ନିଆରା ମୂର୍ତ୍ତି ତିଆରିକୁ ଭୂୟସୀ ପ୍ରଶଂସା କରିଥିଲେ l ମହାବିଦ୍ୟାଳୟର ଛାତ୍ର ବୃନ୍ଦାବନ ପଣ୍ଡା, ଦେବରାଜ ମହାରଣା, ଶୁଭମ ଦାସ,ସିରାଜ୍ଦୌଲା ନାୟକ,ପ୍ରଦତ୍ତ ଭୋକ୍ତା,ପ୍ରୀତିନନ୍ଦା ସାହୂ ,ରୌମ୍ୟ ନିଶାନ୍ତ,ଅରବିନ୍ଦ ପାତ୍ର ଆଦିଙ୍କ ପରିଶ୍ରମରେ ସୁନ୍ଦର କାରୁକାର୍ଯ୍ୟ ଦ୍ୱାରା ଏହି ଇକୋ ଫ୍ରେଣ୍ଡଲି ମୂର୍ତ୍ତି ତିଆରି ହୋଇଥିଲା।ଏହି ମୂର୍ତ୍ତିରେ କୌଣସି ରାସାୟନିକ ଦ୍ରବ୍ୟ, ଜରି ,ଚୁମୁକି କିମ୍ବା ରାସାୟନିକ ରଙ୍ଗ ବ୍ୟବହାର କରାଯାଇନାହିଁ।

ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଏହିପରି ଅଲଗା ଅଲଗା ଇକୋଫ୍ରେଣ୍ଡଲୀ ମୂର୍ତ୍ତି ତିଆରି କରି ଓଡ଼ିଶାର କଳା ଓ ସଂସ୍କୃତିର ଗାରିମା ବୃଦ୍ଧି ସହ ପ୍ରଦୂଷଣ ମୁକ୍ତ ସୁନ୍ଦର ପୃଥିବୀ ଗଢ଼ିବାର ବାର୍ତ୍ତା ଦେଇ ଆସୁଛନ୍ତି।ଏହି ଅବସରରେ ଲକ୍ଷ୍ମୀଧର ସ୍ୱାଇଁ, ବସନ୍ତ ପ୍ରଧାନ,ପ୍ରଫୁଲ୍ଲ ପ୍ରଧାନ, ବିଚିତ୍ର କାଣ୍ଡି ଓ ସ୍ଥାନୀୟ ବ୍ୟକ୍ତିବିଶେଷ ପ୍ରମୁଖ ଦେବଶିଳ୍ପୀଙ୍କ ପୂଜାର୍ଚ୍ଚନା ପୂର୍ବକ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ।
ପଞ୍ଚାନନ ସାମଲ,ଅଧ୍ୟକ୍ଷ

Leave a Reply

Your email address will not be published. Required fields are marked *