Headlines

ବାଲିଗୁଡା ଉପଖଣ୍ଡରେ 80ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଗୁଆ ପ୍ରସ୍ତୁତି ବୈଠକ

ମହେଶ୍ୱର ଡିଗାଲ /ବାଲିଗୁଡା ସବ ଡିଭିଜନାଲ ରିପୋର୍ଟର ସମୀକ୍ଷା ନିୟୁଜ,ବାଲିଗୁଡା (ତା 23/7/026) ଆସନ୍ତା 80ତମ ସ୍ୱାଧୀନତା ଦିବସକୁ ସୁରୁଖୁରୁ ଓ ଗାରିମାମୟ ପାଳନ କରିବା ନିମନ୍ତେ ବାଲିଗୁଡା ଉପଖଣ୍ଡ କାର୍ଯ୍ୟାଳୟ ସଭାଗୃହରେ ଏକ ଆଗୁଆ ବୈଠକ ଅନୁଷ୍ଠିତ ହୋଇଥିଲା.ଉପଜିଲ୍ଲାପାଳ ପ୍ରଣୀତl ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ପ୍ରଶାସନ, ଶିକ୍ଷା ବିଭାଗ, ସ୍ୱାସ୍ତ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବରିଷ୍ଟ ବୁଦ୍ଧିଜୀବୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ପ୍ରତିନିଧି ମାନେ ଉପସ୍ଥିତ ଥିଲେ. ଏହି ବୈଠକ ଧୂଜାରୋହଣ କାର୍ଯ୍ୟକ୍ରମ, ପରେଡ, ସାଂସ୍କୃତିକ କାର୍ଯ୍ୟକ୍ରମ, ସୁରକ୍ଷା ବିବ୍ୟସ୍ତଲ, ପରିମଳ, ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଟ୍ରାଫିକ ନିୟଂତ୍ରଣ ସମ୍ପର୍କରେ ଆଲୋଚନା ହୋଇଥିଲା. ସ୍ୱାଧୀନତା ଦିବସ ଶାନ୍ତି ଶୃଙ୍ଖଲା, ସୁରକ୍ଷା ଓ ଭବ୍ୟ ଭାବେ ପାଳନ କରିବା ସହ ସମସ୍ତେ ବିଭାଗ ମଧ୍ୟରେ ସମନୀୟ ରକ୍ଷା କରି ନିଜ ନିଜ ଦାୟିତ୍ୱ ସଠିକ ଭାବେ ପାଳନ କରିବାକୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲି. ବୈଠକ ଶେଷରେ ସମସ୍ତ ବିଭାଗକୁ ନିର୍ଦ୍ଧିଷ୍ଟ ଦାୟିତ୍ୱ ଅର୍ପଣ କରାଯାଇଥିଲା. ବରିଷ୍ଟ ସାମ୍ବାଦିକ ମହେଶ୍ୱର ଡିଗାଲ ବାଲିଗୁଡା

Leave a Reply

Your email address will not be published. Required fields are marked *