Headlines

ସାହାରପଡା: ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର: ସାହାରପଡା :୩/୯, କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ଇଷ୍ଟ ଜୋନସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା–୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟା ସମୟରେ ଆୟୋଜିତ ଏହି କ୍ରୀଡା ଉତ୍ସବରେ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ନିଜ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମହାନ୍ତ ଉକ୍ତ ପ୍ରତିଯୋଗିତାକୁ…

Read More

ସାହାରପଡା ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା: ତୁରନ୍ତ କାମ ସାରିବାକୁ ଅଧିକାରୀଙ୍କୁ ବିଡିଓଙ୍କ ନିର୍ଦ୍ଦେଶ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର ସାହାରପଡା:୩/୯,କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବ୍ଲକ ବିଡିଓ ରଣଜିତ କୁମାର ମହାନ୍ତ। ବିଡିଓ ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ମାଟି ରାସ୍ତା ଧୋଇଯିବା ସହ ଗରିବ ପରିବାରଙ୍କ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା…

Read More

ଟ୍ରାଫିକ୍ ନିୟମ ଉଲ୍ଲଂଘନକୁ ନେଇ ପୁଲିସ-ଆର୍‌ଟିଓର ମିଳିତ ଯାଞ୍ଚ: ୧୨ ଯାନରୁ ₹୯,୫୦୦ ଜରିମାନା ଆଦାୟ, ଗୋଟିଏ ଡିଏଲ୍ ବାତିଲ

ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ:ମାଲକାନଗିରି : ଜିଲ୍ଲାର କାଲିମେଳାଠାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ସହ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପୁଲିସ ଓ ଆର୍‌ଟିଓ କର୍ମଚାରୀଙ୍କ ପକ୍ଷରୁ ମିଳିତ ଯାଞ୍ଚ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୨୦୦ ଜଣ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏହି ଅବସରରେ ଚାଳକମାନଙ୍କୁ ହେଲମେଟ୍ ବ୍ୟବହାର, ଗାଡ଼ିର ଆର୍‌ସି, ଡ୍ରାଇଭିଂ ଲାଇସେନ୍ସ ଓ ଇନ୍‌ସୁରାନ୍ସ ବୈଧ ରଖିବା ସହ ଗାଡ଼ି ଚଳାଇବା ସମୟରେ…

Read More

କେନ୍ଦ୍ରାପଡ଼ା: ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ନେଇ ରାଜନୈତିକ ଦଳଗୁଡ଼ିକ ସହ ବୈଠକ

ନମିତା ନାୟକ/ ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ/ କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା, ୦୩.୦୯.୨୦୨୬: ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ—ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର…

Read More

ମାଲକାନଗିରି:ଟାୟାର ବୋଝେଇ ଟ୍ରକ୍ ଓଲଟିଲା, ଚାଳକ ଗୁରୁତର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୦୨/୦୯/୨୬ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୨୩ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟାୟାର ବୋଝେଇ ଟ୍ରକ୍‌ର ଚକ ହଠାତ୍ ବ୍ଲାଷ୍ଟ ହୋଇ ଭାରସାମ୍ୟ ହରାଇ ରାସ୍ତା ତଳ ବିଲ ଭିତରକୁ ଓଲଟି ପଡ଼ିଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର…

Read More

୧୫୫ କଇଁଛ ଜବତ, ଅଟୋ ଜବତ୧୨୪ ଜୀବନ୍ତ, ୩୧ ମୃତ; ବନ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ଫେରାର

ଏମ୍. ଅମରେଶ କୁମାର/ଦକ୍ଷିଣ ଓଡିଶା ମୁଖ୍ୟ:ମାଲକାନଗିରି ବନ ବିଭାଗ ପକ୍ଷରୁ ଯାଞ୍ଚ ଓ ପାଟ୍ରୋଲିଂ ସମୟରେ ବେଆଇନ ଭାବେ ପରିବହନ ହେଉଥିବା ୧୫୫ଟି କଇଁଛ ଜବତ କରାଯାଇଛି। ଜବତ କଇଁଛ ମଧ୍ୟରୁ ୧୨୪ଟି ଜୀବନ୍ତ ଥିବା ବେଳେ ୩୧ଟି ମୃତ ଥିବା ଜଣାପଡ଼ିଛି। ଏହା ସହିତ କଇଁଛ ପରିବହନରେ ବ୍ୟବହୃତ ଏକ ବଜାଜ ମ୍ୟାକ୍ସିମା ଅଟୋରିକ୍ସାକୁ ମଧ୍ୟ ବନ ବିଭାଗ ଜବତ କରିଛି। ବନ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି-୧ ବିଟ୍‌ ଓ ମାଲକାନଗିରି ସେକ୍ସନ ଅଧୀନ…

Read More

ନୂଆପଡ଼ାରେ ଆଡାପ୍ଟ-୪-ଆର୍ ପ୍ରକଳ୍ପର ଦ୍ବିତୀୟ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ତେଜୁରାମ ନାଏକ/ କୋମନା ରିପୋର୍ଟର/ ସମୀକ୍ଷା ନ୍ୟୁଜ : ନୂଆପଡା/ 03-08-2026: ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ନେଇ ଲୋକଙ୍କୁ ସଚେତନ କରିବା ଏବଂ ‘କ୍ଲାଇମେଟ୍ ଚାମ୍ପିଅନ୍’ମାନଙ୍କର ତାଲିମ ଓ ଦକ୍ଷତା ବିକାଶ ଉପରେ ମଧ୍ୟ ନୂଆପଡ଼ା (କୋଶଳ ପ୍ରହରୀ) ନୂଆପଡ଼ା ଜିଲ୍ଲାରେ ଆଡାପ୍ଟ-୪- ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତ୍ତନଜନିତ (ADAPT4R-Adaptation for Resilience) ପ୍ରକଳ୍ପର କାର୍ଯ୍ୟାନ୍ଵୟନର ଅଗ୍ରଗତି ଓ ଆଗାମୀ କାର୍ଯ୍ୟଯୋଜନା କରିବା ଦିଗରେ ପ୍ରକଳ୍ପକୁ ଅଧିକ ପ୍ରଭାବଶାଳୀ କରିବାକୁ ସେ ସମୀକ୍ଷା ନେଇ…

Read More

ଦେଶର ପ୍ରଥମ ଆଇଜିବିସି ପ୍ଲାଟିନମ୍-ସାର୍ଟିଫାଏଡ ସବୁଜ କ୍ୟାମ୍ପସ୍ ହେଲା ଓଡ଼ିଶା ଲୋକଭବନ

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ: ଭୁବନେଶ୍ୱର, ସେପ୍ଟେମ୍ବର ୧: ଭୁବନେଶ୍ୱରସ୍ଥିତ ଓଡ଼ିଶା ଲୋକ ଭବନ ଭାରତୀୟ ଗ୍ରୀନ୍ ବିଲ୍ଡିଂ କାଉନସିଲ୍ (ଆଇଜିବିସି)ର ଗ୍ରୀନ୍ କ୍ୟାମ୍ପସ ରେଟିଂ ସିଷ୍ଟମ୍ ଅଧୀନରେ ପ୍ଲାଟିନମ୍ ପ୍ରମାଣପତ୍ର ହାସଲ କରି ଦେଶର ପ୍ରଥମ ପ୍ଲାଟିନମ୍ ପ୍ରମାଣପତ୍ରପ୍ରାପ୍ତ ଲୋକ ଭବନ ହୋଇଛି। ଏହା ସ୍ଥାୟୀ ଓ ପରିବେଶ ଅନୁକୂଳ ଭିତ୍ତିଭୂମି ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ମଙ୍ଗଳବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇଜିବିସିର ଜାତୀୟ ଅଧ୍ୟକ୍ଷ…

Read More

“ଦ କ୍ଲେ କଣ୍ଟିନ୍ୟୁଅମ ” ଟେରାକୋଟା ପ୍ରଦର୍ଶନୀ ଉଦ୍ଘାଟିତ: ପାରମ୍ପରିକ ଓ ସମସାମୟିକ ଶିଳ୍ପୀଙ୍କ ଅପୂର୍ବ ସମନ୍ୱୟ

ଆଦର୍ଶ କୁମାର ମହାନ୍ତି / ସିଟି ରିପୋର୍ଟର /ଭୁବନେଶ୍ୱର ୨/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଉଦ୍ଘାଟିତ ହୋଇଯାଇଛି ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍”।ପ୍ରଦର୍ଶନୀକୁ ଅନ୍ୟ ଅତିଥିମାନଙ୍କ ସହ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ବିନୋଦ ମହାରଣା ଯୋଗଦେଇ ଓଡ଼ିଶାର ପାରମ୍ପରିକ କାଳରୁ ସମସାମୟିକ କଳା ପ୍ରସ୍ତୁତ ହେଲେ କଳାର ପ୍ରକୃତ ଉନ୍ନତି ସାଧିତ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି…

Read More

ଲେସ୍‌ ଟେଣ୍ଡରକୁ ନେଇ ଠିକାଦାରଙ୍କ ପୁଣି ବୈଠକ:ସିଡ୍ୟୁଲ୍‌ ଦରରେ ଟେଣ୍ଡର ଦାଖଲ ପାଇଁ ଏକାଠି ହେଲେ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାର

ଏମ୍.ଅମରେଶ କୁମାର/ଦକ୍ଷିଣ ଓଡ଼ିଶା ମୁଖ୍ୟ/ ସମୀକ୍ଷା ନ୍ୟୁଜ/ମାଲକାନଗିରି: ଟେଣ୍ଡରରେ ଅତ୍ୟଧିକ କମ୍‌ ଦର ଦାଖଲକୁ ନେଇ ବାଲିମେଳା, କାଲିମେଳା ଓ ଏମ୍‌ଭି-୭୯ ଅଞ୍ଚଳର ଠିକାଦାରମାନେ ପୁଣି ଏକାଠି ହୋଇଛନ୍ତି। ବୁଧବାର ଏମ୍‌ଭି-୭୯ଠାରେ ଠିକାଦାରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଟେଣ୍ଡର ପ୍ରକ୍ରିୟା, ଦର ଓ ନିର୍ମାଣ କାମର ଗୁଣବତ୍ତା ସମ୍ପର୍କରେ ଆଲୋଚନା ହୋଇଥିଲା। ଠିକାଦାରମାନଙ୍କ କହିବାନୁଯାୟୀ, ଅଧିକାଂଶ ଠିକାଦାର ବିଭାଗ ପକ୍ଷରୁ ଧାର୍ଯ୍ୟ ସିଡ୍ୟୁଲ୍‌ ଦର ଅନୁସାରେ ଟେଣ୍ଡର ଦାଖଲ କରୁଥିବାବେଳେ କେତେକ ଠିକାଦାର କାମ ପାଇବା…

Read More