Headlines

ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୪/୦୯/୨୬:
ବିଏଲଓ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ହନୁରାମ ନାୟକ ।
ସୂଚନାନୁସାରେ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ସମୟରେ ସାଲିମି-କିଆଙ୍ଗ ମଧ୍ୟରେ ଏକ ଦ୍ରୁତଗତି ଆମ୍ବୁଲାନ୍ସ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।


ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ନିଜେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶିକ୍ଷକ ହନୁରାମ ନାୟକଙ୍କ ଅକାଳ ବିୟୋଗରେ ଅଞ୍ଚଳ ଓ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *